ଆଜି ଠାରୁ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା : ପୂଜାର୍ଚ୍ଚନା କରିବାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ

ବ୍ରହ୍ମପୁର ୪/୦୪: ମଙ୍ଗଳବାର ରାତିରୁ ଆରମ୍ଭ ହେବ ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ି ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ମା’ଙ୍କ ଆଗମନ ପାଇଁ ବାପା ଘର କୁହାଯାଉଥିବା ଦେଶୀବେହେରା ସାହିରେ ସମସ୍ତ ପ୍ରସ୍ତୁତି ସରିଛି । ଠାକୁରାଣୀଙ୍କୁ ବାପ ଘରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ଏହା ପୂର୍ବରୁ ସେଠାରେ ସ୍ଥାପିତ ଶୁଭଖୁଣ୍ଟି ନିକଟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି ।

ପି. ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ କୁଳ ସିଦ୍ଧାନ୍ତୀ (ପୁରୋହିତ)ଙ୍କ ଘୋଷଣା ପ୍ରକାରେ ମଙ୍ଗଳବାର ରାତି ୧୧ଟା ୪୦ ପରେ ଦେବୀଙ୍କୁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ପୀଠକୁ ଆଣିବା ପାଇଁ ଦେଶୀବେହେରା ସାହିରୁ ପଟୁଆର ବାହାରିବ । ମା’ଙ୍କୁ ନିମନ୍ତ୍ରଣ ପାଇଁ ବାପା ତଥା ଯାତ୍ରା ଆୟୋଜକ ପି. ଦୁର୍ଗା ପ୍ରସାଦ ଏବଂ ପତ୍ନୀ ପି. ଦେବକୀ ମା’ଙ୍କ ଅତିପ୍ରିୟ ଇଟିମଳା ଫୁଲକୁ ଚାଙ୍ଗୁଡ଼ିରେ ଧରି ଘରୁ ବାହାରିବେ । ଯାତ୍ରା ମେ ୧ ତାରିଖ ମଧ୍ୟରାତ୍ରରେ ସରିବ ଓ ସେହି ରାତିରେ ଦେବୀ ଦେଶୀବେହେରା ସାହିରୁ ନିଜ ସ୍ଥାୟୀ ପୀଠକୁ ଲେଉଟିବେ ।

SBI AD