ଛତିଶଗଡ଼ ଅବଵାହିକା ପରିଦର୍ଶନରେ ମହାନଦୀ ଟ୍ରିବ୍ୟୁନାଲ : ସ୍ଥିତି ଅନୁଧ୍ୟାନ କରିବେ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ : ଛତିଶଗଡ଼ ଅବଵାହିକା ପରିଦର୍ଶନରେ ଯାଉଛନ୍ତି ମହାନଦୀ ଟ୍ରିବ୍ୟୁନାଲ । ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ବରେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ଏ.ଏମ୍ . ଖାନୱାଲିକରଙ୍କ ସହିତ, ଆସେସର୍, ଉଭୟ ରାଜ୍ୟର ବୈଷୟିକ ଦଳ ମଧ୍ୟ ଯିବେ । ପ୍ରଥମେ ଛତିଶଗଡ଼କୁ ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ। ଏହି କ୍ଷେତ୍ର ପରିଦର୍ଶନ ୨ଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ପରିଦର୍ଶନ ୨୨ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଛତିଶଗଡ଼ର ଉପରଭାଗରୁ ପରିଦର୍ଶନ ଆରମ୍ଭ ହେବ। ଦ୍ଵିତୀୟ ପର୍ଯ୍ୟାୟ ପରିଦର୍ଶନ ମଧ୍ୟ ଛତିଶଗଡ଼ରେ ୨୯ ଏପ୍ରିଲରୁ ଆରମ୍ଭ ହୋଇ ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

କ୍ଷେତ୍ର ପରିଦର୍ଶନର ସମସ୍ତ ବିବରଣୀ ଛତିଶଗଡ଼ ତରଫରୁ ଟ୍ରିବ୍ୟୁନାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛତିଶଗଡ଼ର ପରିଦର୍ଶନ ସରିବା ପରେ ଓଡ଼ିଶାରେ କ୍ଷେତ୍ର ପରିଦର୍ଶନର ଦିନ ଏବଂ ସ୍ଥାନ ଚୂଡ଼ାନ୍ତ କରିବେ। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୭ରେ ଛତିଶଗଡ଼ରେ ହେବ ବୋଲି ସୂଚନା ଦିଆଯାଇଛି।

SBI AD