ସେକେଣ୍ଡ ଜେନେରେସନ ମହିନ୍ଦ୍ରା ଥର RWD ର ବଜାର ପ୍ରବେଶ

ନୂଆଦିଲ୍ଲୀ,୯/୧: ମହିନ୍ଦ୍ରାର ଲୋକପ୍ରିୟ ଗାଡ଼ି ଏସ୍‌ୟୁଭି ଥର ସେକେଣ୍ଡ ଜେନେରେସନ ଭର୍ସନ ରିୟର ୱିଲ୍ ଡ୍ରାଇଭ୍(RWD) ଭାରତୀୟ ବଜାରରେ ଲଞ୍ଚ କରିଛି କମ୍ପାନୀ। ମାତ୍ର ୯.୯୯ (ଏକ୍ସ ଶୋ ରୁମ ମୂଲ୍ୟ) ଲକ୍ଷ ଟଙ୍କାରୁ ଏହି ଗାଡ଼ିର ମୂଲ୍ୟ ଆରମ୍ଭ ହୋଇଥିବା ବେଳେ ସର୍ବାଧିକ ମୂଲ୍ୟ ୧୩ ଲକ୍ଷ ପର୍ଯ୍ୟନ୍ତ ରହିଛି।

ଥରର 4WD ଭ୍ୟାରିଏଣ୍ଟ ଭଳି RWD ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦ୍ୱାରା ଚାଲିପାରିବ। ତେବେ ଗାଡ଼ିର ଉପରି ଭାଗରେ ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି। ନୂଆ ଥରରେ AX(O) ଏବଂ ଏଲ୍‌ଏକ୍ସ ଟ୍ରିମ ସ୍ତରୀୟ ଚାଦର ଲାଗିଛି।

AX (O) RWD – Diesel MT – Hard Topର ମୂଲ୍ୟ ୯,୯୯ ଲକ୍ଷ ଥିବା ବେଳେ LX RWD – Diesel MT – Hard Topର ମୂଲ୍ୟ ୧୦.୯୯ ଓ LX RWD – Petrol AT – Hard Topର ମୂଲ୍ୟ ୧୩.୪୯ ଲକ୍ଷ ରହିଛି। ତେବେ ଏହିସବୁ ମୂଲ୍ୟ ପ୍ରଥମ ୧୦ ହଜାର ବୁକିଂ ପର୍ଯ୍ୟନ୍ତ ଲାଗୁ ହେବ। ଏହାପରେଠାରୁ ଗାଡିର ମୂଲ୍ୟ ବୃଦ୍ଧି ହୋଇପାରେ। କମ୍ପାନୀ ମହିନ୍ଦ୍ରା 4X2 ଲଞ୍ଚ କରିବା ସହିତ 4X4କୁ ମଧ୍ୟ ଅପେଡେଟ୍ କରିଛି।

SBI AD