କେଶଦୁରାପାଳ : ଆନନ୍ଦପୁର ଅବକାରୀ ବିଭାଗ ଅବକାରୀ ବିଭାଗ କାଠକଟା ଓ ଯୋଗୀଆବନ୍ଧ ଗ୍ରାମରେ ଚଢାଉ କରି ୪୦ଲିଟର ମହୁଲି ମଦ ଜବତ କରିବା ସହ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଛି। ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ଅନ୍ତର୍ଗତ ଉକ୍ତ ଗ୍ରାମରେ ଚଢାଉ କରି ୪୦ ଲିଟର ମହୁଲି ମଦ ଜବତ କରିବା ସହିତ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଥିବା ଜଣାଯାଇଛି। ଏହି ଚଢାଉରେ ନରେନ୍ଦ୍ର କୁମାର ପ୍ରଧାନ, ସଂଜବ ସେଠୀ, ସଂଗ୍ରାମ କିଶୋର ସାମଲ, ନୀବେଦିତା ମାଝୀ ପ୍ରମୁଖ ସାମିଲ ଥିଲେ।