ଭୁବନେଶ୍ୱର ବିମାନବନ୍ଦରରୁ ୫ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର, ୦୭/୦୭ : ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜେଇ ଜବତ । ବ୍ୟାଙ୍କକରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ବେଳେ ଧରିଲା DRI । ୧୧ କେଜିର ଗଞ୍ଜେଇ ଚାଲାଣ ବେଳେ ଜବତ । ଯାହାର ଦାମ ୫ କୋଟି ଟଙ୍କାର ହେବ ବୋଲି ଜଣାପଡିଛି । ଦୁଇ ଯାତ୍ରୀଙ୍କ ଲଗେଜରୁ ଠାବ ହେଲା କମ୍ପ୍ରେସଡ ଭାବେ ରଖାଯାଇଥିବା ଗଞ୍ଜେଇ । ଲଗେଜରେ ଲୁଚାଇ ଆଣୁଥିବା ବେଳେ ଧରିଲା ଡିଆରଆଇ । ଏୟାରପୋର୍ଟରେ ପଚରାଉଚରା ଜାରି । ଦୁଇ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି । ନିକଟରେ କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା କୁଆଖାଇ ପୋଲ ନିକଟରେ ଏକ ଦାମୀ କାରରୁ ୭୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ମୋଟ ୧୯ ଲକ୍ଷ ଟଙ୍କା ରହିଥିଲା । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ। ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ କଡ଼ରୁ ମାଳ ମାଳ ଗଞ୍ଜେଇ ଜବତ ହୋଇଥିଲା ।