କଟକ,୨/୪ : ଆସନ୍ତାକାଲିଠାରୁ ଆରମ୍ଭ ହେଵ ମାଟ୍ରିକ ଖାତାଦେଖା। ଏଥିପାଇଁ ଆଜିଠାରୁ ଖାତା ଦେଖା କେନ୍ଦ୍ରଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେଵ। ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ହେବେ ସାମିଲ ହେଵେ।
ତେବେ ପ୍ରାୟ ସାଢେ ପାଞ୍ଚ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖା ପାଇଁ ପରୀକ୍ଷା କେନ୍ଦ୍ର ଗୁଡିକରେ ଵ୍ୟାପକ ଵ୍ୟଵସ୍ଥା କରାଯାଇଛି। ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିଵ। ପରୀକ୍ଷା ସରିଵାର ୪୫ଦିନ ଭିତରେ ଫଳ ପ୍ରକାଶ ପାଇଁ ଵୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେଣୁ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ ପ୍ରଥମ ସପ୍ତାହ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇଵାର ସମ୍ଭାବନା ରହିଛି।
