ହାଇଦ୍ରାବାଦ,୨/୪ : ଆଇପିଏଲର ଚତୁର୍ଥ ମ୍ୟାଚ୍ରେ ସଞ୍ଜୁ ସାମସନ, ଜୋସ୍ ବଟଲର ଏବଂ ଯଶସ୍ଵୀ ଜୟସଓ୍ଵାଲଙ୍କ ବ୍ୟାଟ ଗର୍ଜିଛି। ତିନି ବ୍ୟାଟରଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୩ ରନର ବିଶାଳ ସ୍କୋର କରିଛି। ଅଧିନାୟକ ସଞ୍ଜୁ ସାମସନ ୫୫ ରନ କରିଥିବା ବେଳେ ଜୋସ୍ ବଟଲର ୫୪ ଏବଂ ଯଶସ୍ଵୀ ଜୟସଓ୍ଵାଲ ୫୪ ରନ କରିଛନ୍ତି। ମ୍ୟାଚ୍ ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରହିଛି ୨୦୪ ରନର ବିଜୟ ଲକ୍ଷ୍ୟ। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଏବଂ ଫଜଲହକ ଫାରୁକି ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ବାକି ସମସ୍ତଙ୍କ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।ଏହା ପୂର୍ବରୁ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
