ଅଗ୍ନିଶମ ବିଭାଗର ମକଡ୍ରିଲ୍ : ରୋଗୀ ଛାନିଆ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ପ୍ରବେଶ କଲା ଅଗ୍ନିଶମ ବିଭାଗ । ଦମକଳ ପ୍ରବେଶ କରିବା ଦେଖି ହସ୍ପିଟାଲରେ ନିଆଁ ଲାଗିଛି ବୋଲି ଖବର ବ୍ୟାପିଗଲା । ରୋଗୀମାନେ ଛାନିଆ ହୋଇ ପଡ଼ିଥିଲେ । ହସ୍ପିଟାଲର କେଉଁଠି ଲାଗିଛି ନିଆଁ ? ହେଲେ କିଛି ସମୟ ପରେ ଲୋକେ ଜାଣିବାକୁ ପାଇଥିଲେ, ପ୍ରକୃତରେ ହସ୍ପିଟାଲରେ ନିଆଁ ଲାଗିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ କେବଳ ‘ମକ୍‌ ଡ୍ରିଲ୍‌’ କରାଯାଇଥିଲା ।

ଯଦି ହସ୍ପିଟାଲରେ ନିଆଁ ଲାଗେ ତେବେ ତାକୁ କିପରି ତୁରନ୍ତ ଆୟତ୍ତ କରାଯାଇପାରିବ ତାହାର ପୂର୍ବ ପ୍ରସ୍ତୁତି କରାଯାଇଥିଲା । ରୋଗୀଙ୍କ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ଅଗ୍ନିଶମ କର୍ମଚାରୀ ତାହାର ପ୍ରଶିକ୍ଷଣ ଦେଇଥିଲେ । ଅଢେଇ ଘଣ୍ଟା ଧରି ଅଗ୍ନିଶମ ବିଭାଗର ଅଧିକାରୀ ହସ୍ପିଟାଲ କର୍ମଚାରୀଙ୍କୁ ଶିକ୍ଷା ଦେଇଥିଲେ । ବିଭିନ୍ନ ପ୍ରକାର ଯନ୍ତ୍ରପାତି ଆସିଥିବାବେଳେ ନିଆଁଲିଭାର ଉପାୟ ସର୍ମ୍ପକରେ ପ୍ରଶିକ୍ଷଣ ଦିଆଯାଇଥିଲା ।

SBI AD