ପୁରୁଷ ହକି ବିଶ୍ୱକପ୍: ଆଜି ସନ୍ଧ୍ୟାରେ ଭାରତ ଓ ୱେଲସ୍‍ ମଧ୍ୟରେ ମୁକାବିଲା

ପୁରୁଷ ହକି ବିଶ୍ୱକପ୍‍ରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ଠାରେ ସନ୍ଧ୍ୟା ୭ଟାବେଳେ ଭାରତ ଓ ୱେଲ୍‍ସ ମଧ୍ୟରେ ମ୍ୟାଚ୍‍ ଅନୁଷ୍ଠିତ ହେବ । ଭାରତୀୟ ଦଳ ଚଳିତ ବିଶ୍ୱକପ୍‍ ପୁଲ୍‍-ଡି’ର ଶେଷ ଲିଗ୍‍ ମ୍ୟାଚ ଖେଳିବାକୁ ଯାଉଥିବାବେଳେ ବିଶ୍ୱକପ୍‍ରେ ଉଭୟ ଦଳ ପ୍ରଥମ ଥରପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଭାରତ ଏହି ମ୍ୟାଚ୍‍କୁ ବଡ଼ ବ୍ୟବଧାନରେ ଜିତି ସିଧାସଳଖ କ୍ୱାର୍ଟର୍‍ ଫାଇନାଲକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛି ।

ଆଜି ଖେଳାଯିବାକୁ ଥିବା ଅନ୍ୟାନ୍ୟ ମ୍ୟାଚ୍‍ରେ ଅପରାହ୍ଣ ଗୋଟାଏବେଳେ ମାଲେସିଆ ଓ ନ୍ୟୁଜିଲାଣ୍ଡ୍‍, ୩ଟାବେଳେ ନେଦର୍‍ଲାଣ୍ଡ୍‍ ଓ ଚିଲି ଏବଂ ୫ଟାବେଳେ ସ୍ପେନ୍‍ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ । ଏହି ସମସ୍ତ ମ୍ୟାଚ୍‍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ପୁଲ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‍ରେ ଭାରତ୨-୦ ଗୋଲରେ ସ୍ପେନ୍‍କୁ ପରାସ୍ତ କରିଥିଲା ।

ସେହିଭଳି ଇଂଲଣ୍ଡ ସହ ହୋଇଥିବା ଦ୍ୱିତୀୟ ମ୍ୟାଚ୍‍ ଗୋଲ୍‍ଶୂନ୍ୟ ଡ୍ର ରହିଥିଲା । ଭାରତ ୨ଟି ମ୍ୟାଚ୍‍ରୁ ୪ ପଏଣ୍ଟ ପାଇ ପୁଲ୍‍ର ଦ୍ୱିତୀୟ ସ୍ଥାନରେ ଅଛି । ସେହିଭଳି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି । ଆଜି ଯଦି ଭାରତ ବଡ଼ ବ୍ୟବଧାନରେ ୱେଲ୍‍କୁ ପରାସ୍ତ କରେ ତେବେ ପୁଲ୍‍ର ଶୀର୍ଷ ସ୍ଥାନରେ ରହିବା ସହ ସିଧାସଳଖ କ୍ୱାଟର ଫାଇନାଲରେ ପ୍ରବେଶ କରିବ ।

SBI AD