ଗାୟକ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆପୋସ ସମାଧାନ ପାଇଁ ୨ ଦିନର ମହଲତ

0

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଉଭୟ ପତି-ପତ୍ନୀଙ୍କୁ ଗୁରୁବାର ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ମଙ୍ଗଳବାର ଦିନ ହ୍ୟୁମାନ୍‌ଙ୍କ ପତ୍ନୀ ଶ୍ରେୟା ମିଶ୍ର ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ହ୍ୟୁମାନ୍‌ ତାଙ୍କୁ ମାଡ଼ ମାରୁଥିବା ବେଳେ ଖାଇବାକୁ ଠିକ୍‌ରେ ଦେଉ ନାହାନ୍ତି। ଏମିତିକି ହ୍ୟୁମାନ୍‌ଙ୍କ ଅନ୍ୟ ସ୍ଥାନରେ ସମ୍ପର୍କ ଥିବା ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ଷ୍ଟେସନ୍‌ ଡାଏରି କରିଥିବା ଥାନା ଆଇଆଇସି ଅନସୂୟା ନାୟକ ସୂଚନା ଦେଇଥିଲେ।

ଏନେଇ ଆଜି କଟକ ମହିଳା ଥାନାରେ ହ୍ୟୁମାନ ସାଗର ହାଜର ହୋଇଥିଲେ । ହାଜର ପାଇଁ ପୋଲିସ ସମନ କରିଥିଲା । ଆଜି ଦୁଇ ଜଣଙ୍କୁ ହାଜର ହେବା ପାଇଁ ସମନ କରିଥିଲା ପୋଲିସ । ଉଭୟ ପତି ପତ୍ନୀଙ୍କୁ ଥାନାରେ କାଉନସେଲିଂ କରାଯିବ ବୋଲି ସୂଚନା ମିଳିଛି । ଆପୋସ ଆଲୋଚନା ଫଳପ୍ରଦ ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇପାରିବ । ଆଲୋଚନା ଫଳପ୍ରଦ ନହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ତେବେ ଆପୋସ ସମାଧାନ ପାଇଁ ୨ ଦିନର ମହଲତ ଦିଆଯାଇଛି । ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଘଟଣାରେ ଥାନାରେ ଉଭୟ ପକ୍ଷର କାଉନ୍‌ସେଲିଂ ଶେଷ ହୋଇଛି । କାଉନ୍‌ସେଲର ଏସିପି ଅମିତାଭ ମହାପାତ୍ରଙ୍କ ସୂଚନା ମୁତାବକ, ଆପୋସ ସମାଧାନ ପାଇଁ ୨ ଦିନର ମହଲତ ଦିଆଯାଇଛି । ୨ ଦିନ ପରେ ଉଭୟ ପକ୍ଷ ପୁଣି ଥାନାରେ ହାଜର ହେବେ ।

ଅନ୍ୟପଟେ ପତ୍ନୀ ଶ୍ରେୟା ମିଶ୍ରଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ ଗାୟକ ହ୍ୟୁମାନ ସାଗର ବୋଲି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ ପରକୀୟା ପ୍ରୀତି ମଧ୍ୟ ରଖିଥିଲେ ହ୍ୟୁମାନ। ଝିଅ ସନ୍ତାନ ଜନ୍ମ ହେବାରୁ ଖୁସି ନ ଥିଲେ ହ୍ୟୁମାନ। ହ୍ୟୁମାନ ଯୌତୁକ ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଓ ଦ୍ଵିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଶ୍ରେୟା ମିଶ୍ରଙ୍କ ପରିବାର ପକ୍ଷରୁ ହ୍ୟୁମାନଙ୍କୁ ଦିଆଯାଇଥିଲା। ଏପରିକି ପତ୍ନୀ ଶ୍ରେୟାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର। କେତେ ଥର ଶ୍ରେୟାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ହ୍ୟୁମାନ।

ସେପଟେ ବୋହୂ ମଦ ପିଏ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି । ଶ୍ରୀୟାଙ୍କ ଅଭିଯୋଗ ନେଇ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ଅଭିଯୋଗ କରି କହିଛନ୍ତି ଯେ, ବୋହୂ ମଦ ପିଏ, ମୋ ପୁଅ ନାଁରେ ମିଛ ଅଭିଯୋଗ କରିଛି । ଗୀତ ଗାଇବାରୁ ମିଳୁଥିବା ସଂପତ୍ତି ବୋହୂ ନାଁରେ ଅଛି । ସଂପତ୍ତି ଦେଇଥିବା ଲୋକ ଟଙ୍କା ମାଗିବ କାହିଁକି ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି ।

SBI AD
Leave A Reply

Your email address will not be published.