ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ବଡ଼ ହଙ୍ଗାମା

ନୂଆଦିଲ୍ଲୀ, ୧୩/୧୨ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି । ମେସି କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ପହଞ୍ଚିବା ପରେ ଭିଡ଼ ଉତ୍ସାହରେ ପରିଣତ ହୋଇଥିଲା । କିନ୍ତୁ ଶୀଘ୍ର ଷ୍ଟାଡିୟମରୁ ବାହାରିବ କାରଣରୁ ଅନେକ ପ୍ରଶଂସକ ନିରାଶ ହୋଇଥିଲେ । ମେସିଙ୍କୁ ଦେଖି ନପାରିବାରୁ ଅନେକ ପ୍ରଶଂସକ ବିଶୃଙ୍ଖଳା କରିଥିଲେ । ଏପରିକି ପ୍ରଶଂସକ ମାନେ ପଡ଼ିଆ ଭିତରକୁ ପ୍ଲାଷ୍ଟିକ୍ ପାଣି ବୋତଲ ଫିଙ୍ଗି ଥିଲେ । ମେସିଙ୍କୁ ଦେଖିବାକୁ ସେମାନେ ୧୨ହଜାର ଟଙ୍କାର ଟିକଟ କରିଥିଲେ । ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବା ପରେ ମଧ୍ୟ ମେସିଙ୍କୁ ଦେଖିବାକୁ ସକ୍ଷମ ହୋଇ ନଥିଲେ । ବଲିଉଡ ତରକ ଶାହରୁଖ ଖାନ ମଧ୍ୟ ଯୋଗ ଦେବାକୁ କହି ଟିକଟ କରାଇ ମଧ୍ୟ ଶାହରୁଖ ଷ୍ଟାଡିୟମକୁ ଆସି ନଥିଲେ । ଏପରିକି ମେସି ମଧ୍ୟ ମାତ୍ର ୧୦ ମିନିଟ ରହି ଚାଲି ଯାଇଥିଲେ । ପ୍ରଶଂସକ ମାନେ ତାଙ୍କ ସହ ସେଲ୍ଫି ଉଠାଇବାକୁ ଇଚ୍ଛୁକ ଥିଲେ । କିନ୍ତୁ ସେଲଫି ଉଠାଇବା ଦୂର କଥା ଠିକରେ ତାଙ୍କୁ ଦେଖି ପାରି ନଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ଭିତରେ ଉତ୍ତେଜନା ଦେଖା ଦେଇଥିଲା । ପଡ଼ିଆକୁ ପ୍ଲାଷ୍ଟିକ ବୋତଲ ଫିଙ୍ଗିଥିଲେ ଦର୍ଶକ । ଏପରିକି ବନ୍ଧା ଯାଇଥିବା ଟେଣ୍ଟ ଉପାଡ଼ି ଦେଇଥିଲେ ଦର୍ଶକ । ସ୍ଥିତି ଅଣାୟତ ହେବାରୁ ପୁଲିସ ପହଞ୍ଚି ଲାଠି ଚାଳନା କରିଥିଲା ।