ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୦୫/୦୫: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଜୁନ୍‌ ସୁଦ୍ଧା ସୀମା ନିର୍ଦ୍ଧାରଣ ସାରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩୩ ବର୍ଷରେ ମୋଟ ୧ ହଜାର ରାଜସ୍ୱ ଗାଁ ପାଇଁ ଆବେଦନ ଆସିଛି । ବର୍ତ୍ତମାନ ସୁଦ୍ଧା ୩୦୦ ନୂଆ ରାଜସ୍ୱ ଗାଁର ଘୋଷଣା ସରିଛି । ବାକି ୭୦୦ ଗାଁ ଘୋଷଣା ପାଇଁ ନିୟମ କୋହଳ ହୋଇଛି ।