୨୮,୦୦୦ ହଜାର ଲିଟର ଦେଶୀ ମଦ ଜବତ, ୩ ଗିରଫ

ମହାକାଳପଡ଼ା,୨୦/୧୦- (କେଶବ ଚନ୍ଦ୍ର ନାଥ) : ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ବଉଳକଣି ପଂଚାୟତ ପ୍ରଭାକରପୁର ଗାଁରୁ ୩ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଅବକାରୀ ଟିମ ଚଢ଼ାଉ କରି ଗିରଫ କରିଛି । ରଜତ ରାଉତଙ୍କ ଘରୁ ୮,୦୦୦ ହଜାର ଲିଟର, ସୁନ୍ଦରୀ ରାଉତଙ୍କ ଘରୁ ୧୨,୦୦୦ ଲିଟର ଓ ଦୁଃସାଶନ ରାଉତଙ୍କ ଘରୁ ୮୦୦୦ ହଜାର ଲିଟର ଦେଶୀମଦ ଜବତ କରିଛି ।

ଗ୍ରାମାଞ୍ଚଳରେ ଦେଶୀ ମଦର ଚାହିଦାକୁ ଦୃଷ୍ଟିରେ ରଖି ଦିନକୁ ଦିନ ବେଆଇନ ଚୋରା ଦେଶୀ ମଦ ବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗୀୟ ସ୍ଥାଣୁତ୍ୱ ଚୋରା ବେପାରୀଙ୍କ ପାଇଁ କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ଅନୁମେୟ ହେଉଛି । ସେହିପରି ଅବକାରୀ ଟିମ ପରେ ସ୍ଥାନୀୟ ବ୍ଲକ ଅଂଚଳର ମାର୍ଶାଘାଇ ଥାନା ଅଧିନସ୍ଥ ରଘୁନାଥପୁର ଓ ପାଟଳିପଙ୍କର ଦୁଇ ଚୋରା ମଦ ବେପାରୀଙ୍କୁ ନୀଳାଚଳ ବଜାରରୁ ଗିରଫ କରିବା ସହିତ ବିପୁଳ ପରିମାଣର ବିଅର ଜବତ କରିଥିବାର ଜଣାପଡିଛି ।