ବାଉଁଶକଣି ମାଡ଼ରେ ଛାତ୍ର ରକ୍ତାକ୍ତ : ଶିକ୍ଷୟତ୍ରୀଙ୍କ ଧମକ ନେଇ ଆସିଲା ଅଭିଯୋଗ

ମହାକାଳପଡ଼ା, ୨୩ /୬ : ବିଦ୍ୟାଳୟ ଦଣ୍ଡ ମୁକ୍ତ ଅଞ୍ଚଳ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଉତ୍ତର ଖରିନାସି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପଞ୍ଚମ ଶ୍ରେଣୀ ଛାତ୍ରକୁ ବାଉଁଶ କଣିରେ ବାଡେଇବା ଭଳି ଘଟଣା ବେଶ ରୋଚକ ମୋଡ଼ ନେଇଛି l ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ମଙ୍ଗଳବାର ଦିନ ପଞ୍ଚମ ଶ୍ରେଣୀ ଛାତ୍ର ରଣୀ ଗାଇନକୁ ବାଉଁଶ କଣିରେ ଅମାନୁଷିକ ଭାବେ ବାଡେଇ ଥିଲେ l ଯାହାନେଇ ଡାହାଣ ହାତ ଫାଟି ରକ୍ତାକ୍ତ ହୋଇଥିବା ଆହତ ଛାତ୍ରକୁ ଖରିନାସି ପଂଚାୟତର ନାଏବ ପଞ୍ଚ ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ସାମୟିକ ଚିକିତ୍ସା କରିଥିଲେ l ପରବର୍ତ୍ତୀ ସମୟରେ ଛାତ୍ରକୁ ସାଥିରେ ନେଇ ଅଭିଭାବକ ଶିକ୍ଷୟତ୍ରୀଙ୍କୁ ଘଟଣା ବିଷୟରେ ପଚାରିବାରୁ,ପାଲଟା ଭାବେ ବୁଧବାର ଦିନ ସମ୍ପୃକ୍ତ ଶିକ୍ଷୟତ୍ରୀ ଛାତ୍ରକୁ ଡାକି ଧମକlଇଥିବାର ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଅଭିଭାବକ l

ଅନ୍ୟପକ୍ଷରେ ଶିକ୍ଷୟତ୍ରୀଙ୍କ ଧମକ ହେତୁ ଛାତ୍ର କାନ୍ଦି କାନ୍ଦି ଯାଇ ଘରେ କହିବାରୁ ଅଭିଭାବକମାନେ ବିଦ୍ୟାଳୟରେ ପହଂଚି ଧାରଣାରେ ବସି ରହିଥିଲେ l ସିଆରସିସି ପହଂଚି ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ଅଭିଭାବକ ମାନଙ୍କୁ ବୁଝା ସୁଝା କରିଥିଲେ l ବାପ ଓ ମା ବାହାରେ ରହୁଥିବା ବେଳେ ଦାଦା ଖୁଡିଙ୍କ ପାଖରେ ରହିଆସୁଥିବା ନିଃସହାୟ ଛାତ୍ରଟି କୁ ଏଭଳି ସମ୍ବେଦନ ଶୀଳ ଘଟଣା ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି l ଅନ୍ୟ ପକ୍ଷରେ ଶିକ୍ଷା ବିଭାଗୀୟ ନିର୍ଦେଶ ବାହାରେ କାର୍ଯ୍ୟ କରିଥିବା ଚୁକ୍ତି ଭିତ୍ତିକ ଶିକ୍ଷୟତ୍ରୀ ଅଭିଭାବକଙ୍କ ନିକଟରେ ନିଜର ଭୁଲ ସ୍ୱୀକାର କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି l ତେବେ ଦେଖିବାକୁ ବାକି ରହିଲ ଦଣ୍ଡ ଦେଇ ଭୁଲବୋଲି ସ୍ୱୀକାର କରୁଥିବା କେହି ଶିକ୍ଷକ/ଶିକ୍ଷିକା ବର୍ଗ ଆଗାମୀ ଦିନରେ ଏହାର ପୁନରlବୃତ୍ତି କରିବେନିତ l