ଅବସର ପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକର ଛାୟା

ମହାକାଳପଡ଼ା, ୨୪ /୨ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହାକାଳପଡ଼ା ପଂଚାୟତସ୍ଥ କେୟାରବାଙ୍କ ଗ୍ରାମର ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିରଞ୍ଜନ ନାଥ ଶର୍ମା ‘ନିର ସାରେ’ ଭାବେ ବେଶ ଖ୍ୟାତିଥିଲା l ସାର ତାଙ୍କର ଚାକିରୀ ଜୀବନ ନିଜ ଗାଁ ତଥା ଦୈତାରୀ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲେ l ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ଦିନ ନିଜ ଗାଁରେ ଶିକ୍ଷକତା କାଳରେ ଅନେକ ଛାତ୍/ଛାତ୍ରୀଙ୍କ ଜୀବନ ଗଢିବାରେ ସହାୟକ ହୋଇଛନ୍ତି l ପରବର୍ତ୍ତୀ ସମୟରେ ଗାଁ ପାଖ ଜଅଁରl ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୪ ବର୍ଷରୁ ଅଧିକ ଦିନ ଧରି ଶିକ୍ଷକତା କରିବା ପରେ ୧୯୯୭ ମସିହାରେ ଚାକିରୀରୁ ଅବସର ନେଇଥିଲେ ଲ ଅବସର ପରଠୁ ନିଜ ଗାଁରେ ସପରିବାର ରହିବା ସହିତ ଈଶ୍ୱର ଭକ୍ତିରେ ମନୋନିବେଶ କରିଥିଲେ l ପଣ୍ଡିତ ପୁଅ ପଣ୍ଡିତ ଭଳି ସାରଙ୍କ ଏକମାତ୍ର ସୁଯୋଗ୍ୟ ସନ୍ତାନ ସୁଶୀଲ କୁମାର ନାଥ ଶର୍ମା ପ୍ରେମଚାନ୍ଦ ହାଇସ୍କୁଲ, ବଉଳ କଣିରେ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି l ଛାତ୍ର ବତ୍ସଳ ମିଷ୍ଠ ଭାଷୀ ମେଳାପୀ ଓ ପରୋପକାରୀ ନିର ସାର ଙ୍କର ବୁଧବାର ରାତିରେ କେୟାର ବାଙ୍କସ୍ଥ ବାସଭବନରେ ହୃଦ ଘାତରେ ମୃତ୍ୟୁ ହୋଇଯାଇଛି l ମୃତ୍ୟୁ ବେଳକୁ ପାଖରେ ପୁତ୍ର ସୁଶୀଳ ଶର୍ମା,ପୁତ୍ରବଧି ଅନିତା ଶର୍ମା ଓ ନାତି ସ୍ମୃତି ରଞ୍ଜନ ଶର୍ମା ଆଦି ଉପସ୍ଥିତ ଥିଲେ l ମୃତ୍ୟୁ ପର୍ଯ୍ୟନ୍ତ ସାର ୮୪ ବର୍ଷ ବୟସ ପରେ ବି ନିଜର ନିତ୍ୟ କର୍ମ ସମ୍ପାଦିତ କରିପାରୁଥିବା ବେଳେ ହଠାତ ମୃତ୍ୟୁ କୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି l ଆଉ ସନ୍ତାପିତ ପରିବାରଙ୍କୁ ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା, ମୃତ ଶିକ୍ଷକଙ୍କ ଛାତ୍ର /ଛାତ୍ରୀ ପଡୋଶୀ ପହଂଚି ଦୁଃଖଦ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି l

SBI AD