ବିନା ଫଳକରେ ଚାଲିଛି ଫେବର ବ୍ଲକ ରାସ୍ତା କାର୍ଯ୍ୟ

କେନ୍ଦ୍ରାପଡା,୨୮/୨ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଂଚାୟତ ରେ ବିନା ଫଳକରେ ଫେବର ବ୍ଲକ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନ ଚୁପ ବସିଛି l କାର୍ଯ୍ୟ ସ୍ଥଳୀ ପଟେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଯାତାୟତ କରୁଥିଲେହେଁ ସେଥିପ୍ରତି ନିଘା ରଖୁନାହାନ୍ତି l ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟ ତଦାରଖା କରିବାକୁ ଯାଉଥିବା ବେଳେ ଫଳକ ହୋଇନଥିବାର ଜାଣି ବି ଚୁପ ଅଛନ୍ତି l ଆଉ ସେପଟେ ପ୍ରକଳ୍ପରେ ସମ୍ପାଦିତ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ନିମ୍ନ ମାନର ବୋଲି ଅଭିଯୋଗ କରନ୍ତି l ଫଳକ ମାରିବାରେ ମାହିର ହୋଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ କାର୍ଯ୍ୟ ପ୍ରାରମ୍ଭରେ ଫଳକ କଥା ଭୁଲି ଯିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ପ୍ରକଟ ହୋଇଛି l କାର୍ଯ୍ୟ ପ୍ରାରମ୍ଭରୁ ପ୍ରକଳ୍ପର ସ୍ଥାନ ଓ ନାମ ସହିତ ଅଟକଳ ଉଲ୍ଲେଖ ଥିବା ଫଳକ ପ୍ରସ୍ତୁତି ହେବାର ଵିଧି ରହିଛି l ମାତ୍ର ବର୍ଷକୁ ତିନିମାସରୁ ଅଧିକ ଦିନ ବର୍ଷା ଜଳ ଭରପୁର ରହୁଥିବା ଖାଲ ପାଟିଆ ରାସ୍ତାରେ ଢ଼ଳେଇ ରାସ୍ତା ପରିବର୍ତ୍ତେ ଫେବର ବ୍ଲକ କାର୍ଯ୍ୟକୁ ଦେଖି ସ୍ଥାନୀୟ ଲୋକେ ଅଶାନ୍ତି ପ୍ରକଟ କରନ୍ତି l ଆହୁରି ମଧ୍ୟ ଫଳକ ବ୍ୟତିରକେ କାର୍ଯ୍ୟ କରିବା ପଛରେ କିଛି ରହସ୍ୟ ରହିଛି, ବୋଲି ସ୍ଥାନୀୟ ବୁଦ୍ଧି ଜୀବି ମାନେ କହନ୍ତି l

SBI AD