ମହାକାଳପଡ଼ା,୧୬ /୪ : (କେଶବ ଚରଣ ନାଥ) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରେ ପ୍ରଶାସନିକ କଳର ସରକାରୀ ଦଳୀୟ ପ୍ରୀତି ଯୋଗୁ ଦୀର୍ଘ ଦିନ ହେବ ନିଷ୍ପେସିତ ହେଉଛନ୍ତି ବଡ଼ିହି ପଂଚାୟତ ବାସି l ପଂଚାୟତ ର ସରପଞ୍ଚଙ୍କ ସହଯୋଗୀ ମାନେ ପଂଚାୟତରେ ରାଜ କରନ୍ତି l କୁଜିନେତା ମାନଙ୍କୁ ହାତ ଗୁଂଜା ନଦେଲେ କାମହୁଏନି l ଏପରକି ପଂଚାୟତରେ ମୃତ ଲୋକଙ୍କ ଭତ୍ତା ପଇସା ହରିଲୁଟ ଠାରୁ ବିନା କାର୍ଯ୍ୟରେ ପାଇଖାନା ପେମେଣ୍ଟ ହେଉଥିବାର ନଜିର ରହିଛି l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ,ଭତ୍ତା ପ୍ରଦାନରେ ଯୋଗ୍ୟ ହିତାଧିକାରଙ୍କୁ ଉପେକ୍ଷା କରାଯିବା ଭଳି ସଂଗୀନ ଘଟଣା ନେଇ ପଂଚାୟତ ର ନାଏବ ପଞ୍ଚ ଶ୍ରୀମତୀ ଖଣ୍ଡୁଆଳ ଓ ଅନ୍ୟୱାର୍ଡ ସଭ୍ୟ /ସଭ୍ୟା ମାନେ ସଂଗ୍ରାମ ଜାରି ରଖୁଛନ୍ତି l ଏନେଇ ନାଏବ ପଞ୍ଚ 31/08/20ରେ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିଥିଲେ l ମାତ୍ର ଚଂଚକତା ସହକାରେ ବ୍ଲକ ପ୍ରଶାସନ ମିଥ୍ୟା ପ୍ରତିଶୃତି ଦେଇ ଅନଶନପ୍ରତ୍ୟାହୃତ କରିଥିଲା l
ଯାହାନେଇ ଦୀର୍ଘ ୭ ମାସରୁ ଉର୍ଦ୍ଧ୍ୱ ଦିନ ହୋଇଥିଲେବି ବ୍ଲକ ପ୍ରଶାସନ ଦୁର୍ନୀତି ଗ୍ରସ୍ତ ସରକାରୀ ଦଳୀୟ ସରପଞ୍ଚ ଙ୍କୁ ଘଣ୍ଟ ଘୋଡାଇ ଚଳିବା ପରେ ତେଜି ଉଠିଲେ ବିରୋଧୀ l ବ୍ଲକ ଅଧିକାରୀଙ୍କ ଉପରୁ ଭରସା ଛାଡି ଚଳିତ ମାସ ଦୁଇ ତାରିଖ ଦିନ ଜିଲ୍ଲା ପାଳଙ୍କୁ ଲିଖିତ ଅଭିଯୋଗ ଦେବା ସହିତ ୧୪ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନହେଲେ ୧୫ ତାରିଖ ଠାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଥିଲେ l ତଥାପି କାର୍ଯ୍ୟାନୁଷ୍ଠାନ ନହେବାରୁ ୧୫ ତାରିଖ ଗୁରୁବାର ଦିନ ନାଏବ ପଞ୍ଚ ଓ ଅନ୍ୟ ୱାର୍ଡ ସଭ୍ୟ /ସଭ୍ୟା ଙ୍କ ସମେତ ପଂଚାୟତରୁ ହିତାଧିକାରୀ ତାଲିକାରୁ ବଂଚିତ ବ୍ୟକ୍ତି ମାନେ ଆମରଣ ଅନଶନରେ ସାମିଲ ହୋଇଥିଲେ l ଅନଶନ କାରୀଙ୍କୁ ଭେଟି ବିଜେପି ନେତା ବିଜୟ କୁମାର ପ୍ରଧାନ ସମବେଦନା ଜଣାଇବା ସହିତ ପ୍ରଶାସନ ନିକଟରେ ନ୍ୟାଯ୍ୟ ଦାବି ନେଇ ଆନ୍ଦୋଳନ ଜାରିରଖିବାକୁ କହିଥିଲେ l ବିଳମ୍ବରେ ହେଉପଛେ ବିଡ଼ିଓ ଦେବାଶିଷ ରାଉତ ଅନଶନକାରୀଙ୍କ ନିକଟରେ ପହଂଚି ଆଲୋଚନା କରିଥିଲେ l ଏପରିକି ବେଆଇନ ଭାବେ ମନରେଗା ରେ ଖୋଳା ଚାଲିଥିବା କଂସାର ଓ ଛତର ପୋଖରୀ କାର୍ଯ୍ୟ ବନ୍ଦ ରଖିବାକୁ ପଂଚାୟତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ l ଆସନ୍ତା କାଲି ପୂର୍ବାହ୍ନ ରେ ଭତ୍ତା, ରାସନ କାର୍ଡ, ପିଏମୱାଇ ଗୃହ ରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ କିପରି ସରକାରୀ ନିୟମାବଳୀ ଅନୁଯାୟୀ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାର ତୁରନ୍ତ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିବାର ଜଣାପଡିଛି l