ପିଏମୱାଇ ଓ ରାସନ କାର୍ଡ ଦୁର୍ନୀତି ନେଇ ବ୍ଲକ ସମ୍ମୁଖରେ ଭାଜପାର ପ୍ରତିବାଦ

କେନ୍ଦ୍ରାପଡା,୯/୭ : (କେଶବ ଚରଣ ନାଥ) – କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି (ଭାଜପା) ତରଫରୁ ଗୁରୁବାର ଦିନ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାଚନ ମଣ୍ଡଳୀନେତା ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ସଭାରେ ବ୍ଲକ ଅଧିନସ୍ଥ ସମସ୍ତ ଜୋନର ସଭାପତି ପଂଚାୟତ ସ୍ତରୀୟ କର୍ମୀ ମାନେ ଯୋଗ ଦେଇଥିଲେ l ମୁଖ୍ୟତଃ ସଭାରେ ଭାଜପା କର୍ମୀମାନେ ରାଜ୍ୟରେ ଗାଦିସିନ ନବୀନ ସରକାର କିପରି କେନ୍ଦ୍ରୀୟ ଯୋଜନା କୁ ବାଟମାରଣା କରି ଦଳୀୟ ସନ୍ତୁଷ୍ଟି କରଣ କାର୍ଯ୍ୟ କୁ ପ୍ରତିବାଦ ଜଣାଇଥିଲେ l ସର୍ବୋପରି ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ଯୋଜନାକୁ ହାଇଜାକ ନେଇ ଭାଜପା ଦୃଢ଼ ପ୍ରତିବାଦ କରିବ l

ଆହୁରି ମଧ୍ୟ ରାସନ କାର୍ଡ ଓ ପିଏମୱାଇ ଗୃହ ଇତ୍ୟାଦିରେ ହିତାଧିକାରୀ ଚୟନ ରେ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇଥିଲେ l ଏପରିକି ମହାବାତ୍ୟାରେ ଇନ୍ଦିରା ଆବାସ ପାଇଁ ପକ୍କା ଘର ଥିବା ହିତାଧିକାରୀଙ୍କୁ ପିଏମୱାଇ ଗୃହ ପ୍ରଦାନ କରିବା l ଭଙ୍ଗା କୁଡ଼ିଆରେ ରହୁଥିବା ହିତାଧିକାରୀ ପରିବାରକୁ ଗୃହ ପ୍ରଦାନ ରେ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇଚାଲୁଛନ୍ତି l ସେହିପରି ତିନି ମହଲା ପକ୍କା ଗୃହ ଥିବା ପରିବାରକୁ ରାସନ କାର୍ଡ ମିଳିଥିବା ବେଳେ ଭୋକ ଉପାସରେ ଦିନ କାଟୁଥିବା ଭୂମିହୀନ ଦିନ ମଜୁରିଆ ପରିବାରକୁ ସେଥିରୁ ବଂଚିତ ରହିବାକୁ ପଡୁଛି l ସଦର ଜୋନର ମଣ୍ଡଳ ସଭାପତି ପ୍ରକାଶ ପ୍ରଧାନ ସଭାରେ ସଭାପତିତ୍ୱ କରିଥିଲେ l ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ଦାସ , କଳ୍ପତରୁ ବେହେରା, ଜଗବନ୍ଧୁ ବେହେରା, ଆଦି ଶତାଧିକ କର୍ମୀ ଉପସ୍ଥିତ ଥିଲେ l ସଭାଶେଷରେ ଛାମୁଆ କର୍ମୀ ମାନଙ୍କ ଗହଣରେ ଶ୍ରୀଯୁକ୍ତ ପ୍ରଧାନ ବିଡ଼ିଓ ଙ୍କ ଜରିଆରେ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି l ଆଗାମୀ ଦିନରେ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ରେ ବାଧକ ସାଜିଲେ ଭାଜପା କର୍ମୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l