ମହାକାଳପଡ଼ା, ୧୩/ ୧୦ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ର ବିଭିନ୍ନ ଜୋନରେ ବିଧାୟକ ଡ଼ଃ ଦୁର୍ଗାପ୍ରସନ ନାୟକ ଙ୍କର ଜନ୍ମଉତ୍ସବ ପାଳିତ ହୋଇଯାଇଛି l ୧୯ନଂ ଜୋନଅଧୀନ ବଳିପାଳ ପଞ୍ଚାୟତ ର ସରପଞ୍ଚ ରଶ୍ମିରଂଜନ ପଲାଇ ଙ୍କ ଉଦ୍ୟମ ରେ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପରିସର ରେ ମହିଳା ଓ ପୁରୁଷ କର୍ମୀ ମାନେ ଜନ୍ମଉତ୍ସବ ପାଳନ କରିଛନ୍ତି l ବିଧାୟକଙ୍କ ଦୀର୍ଘାୟୁ କାମନା କରି ସମୂହ ଦୀପଦାନ କରିବା ସହିତ ଉଜ୍ଜଳ ରାଜନୈତିକ ଭବିଷ୍ୟତ କାମନା କରିଛନ୍ତି l ସେହିଭଳି ୨୦ନମ୍ବର ଜୋନ ରମହାକାଳପଡ଼ା ଡାକବଙ୍ଗଳା ପରିସର ରେ ଜୋନ ସଭାପତି ସୌବଲ୍ୟ ବାହାଲିଆ ଙ୍କ ଉଦ୍ୟମ ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିଧାୟକ ଙ୍କ ନିରାମୟ ଜୀବନ କାମନା କରି ମେଡିକାଲ ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ l ଏତଦ ବ୍ୟତୀତ ଡ଼ାକବଙ୍ଗଳା ପରିସର ରେ କେକ କାଟି ଖୁସି ମନାଇ ସ୍ୱଛଭାରତ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ l ୨୩ନମ୍ବର ଜୋନ ବରକନ୍ଧା ପଞ୍ଚାୟତ ଚ୍ଛେଡାକଣୀସ୍ଥ ସତ୍ୟନାରାୟଣ ପୀଠରେ ଜୋନ ସଭାପତି ତ୍ରିଲୋଚନ ରାଉତ ମହିଳା ଓ ପୁରୁଷ ସହକର୍ମୀ ଙ୍କ ସହିତ କେକ୍ କାଟି ଜନ୍ମଉତ୍ସବ ପାଳନ କରିଛନ୍ତି l ଏଥି ସହିତ ବିଧାୟକ ଙ୍କ ଦୀର୍ଘାୟୁ କାମନା କରି ପୀଠ ରେ ସମୂହ ଦୀପଦାନ କରି ମିଠା ଖାଇ ଖୁସି ମନାଇଥିଲେ l ୧୯ନମ୍ବର ଜୋନ ରେ ବଳିପାଳ ସମିତି ସଭ୍ୟ ବ୍ରଜସୁନ୍ଦର ରାଉତ, ଚିତ୍ତରଞ୍ଜନ ସ୍ବାଇଁ, ରବୀନ୍ଦ୍ର ପ୍ରଧାନ, ଗୋଲେଖ ତାଡ଼ୁ,ଗଣେଶ୍ୱର ମଲ୍ଲିକ, କାଳନ୍ଦୀ ଜେନା, ୨୦ନମ୍ବର ଜୋନରେ ପ୍ରଶାନ୍ତ ସେଠି, କୁମରକାନ୍ତ ମହାନ୍ତି, ରତିକାନ୍ତ ପଣ୍ଡା, ସରୋଜ ସାହୁ, ବିଚିତ୍ର ପାଲ, ପ୍ରତାପରୁଦ୍ର ପାଇକରାୟ ଆଦି ଜନ୍ମଉତ୍ସବ ରେ ସାମିଲ ହୋଇଥିଲେ l ସେହିପରି ୨୩ନମ୍ବର ଜୋନର ସତ୍ୟନାରାୟଣ ପୀଠ ରେ ପଂଚାୟତ ସଭାପତି ରଶ୍ମିରଂଜନ ସ୍ୱାଇଁ, ଅଭୟ ପରିଡା,ଅରକ୍ଷିତ ପ୍ରଧାନ, ରଶ୍ମିରଂଜନ ରାଉତ,ସମିତିସଭ୍ୟ ମଙ୍ଗଳପୁର ରଞ୍ଜନ ଚୌଧୁରୀ, ରଶ୍ମିତା ସ୍ୱାଇଁ, ସୁଶାନ୍ତ ସ୍ୱାଇଁ ଆଦି ମାଟିର ପୁଅ ତଥା ଯୁବ ବିଧାୟକ ଙ୍କ ସୁସ୍ଥ ଓ ନିରାମୟ ଜୀବନ ସହିତ ଦୀର୍ଘାୟୁ କାମନା କରି ଉଜ୍ୱଳ ରାଜନୈତିକ ଭବିଷ୍ୟତ ନେଇ ଦେବା /ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି l