ମହାକାଳପଡ଼ା, ୦୭/୧୧ : ମହାକାଳପଡ଼ା ବ୍ଲକ ପେଟଛେଲା ପଂଚାୟତ ପଲ୍ଲୀଗଡ଼ ଗାଁ ର ସୁରେଶ ଦଳବେହେରା ଙ୍କ ପୈତୃକ ଗୃହରେ ଘରେ ଶୁକ୍ରବାର ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭିଜିଲାନ୍ସ ଚଢ଼ାଉ ଜାରିରହିଛି l ସୂଚନା ଥାଉକି ବଲାଙ୍ଗୀର ସରକାରୀ ଆଇଟିଆଇ ପ୍ରିନ୍ସିପାଲ ପ୍ରତିଷ୍ଠାନ ରେ ୯ଜଣ ଅତିଥି ପ୍ରଶିକ୍ଷକ ନିଯୁକ୍ତି କଣ୍ଟିନିଉ ନେଇ ୧, ୧୫୦୦୦ଲାଞ୍ଚ ଟଙ୍କା ଦାବି କରିଥିଲେ l ଏନେଇ ପ୍ରଥମେ ଦଫା ରେ ଜଣେ ପ୍ରଶିକ୍ଷକ ଙ୍କ ତରଫରୁ ୩୦,୦୦୦ଲାଞ୍ଚ ନେଲା ବେଳେ ଧରା ପଡ଼ିଥିଲେ l ଟ୍ରାପ ପରେ କଟକ ଓ କେନ୍ଦ୍ରାପଡା ମିଳିତ ଭିଜିଲାନ୍ସର ୭ଜଣିଆ ଟିମ ଦଳବେହେରାଙ୍କ ବାସଭବନ ରେ ପହଂଚି ସନ୍ଧ୍ୟା ୮ଘଣ୍ଟିକା ରାତ୍ର ୧୧ଘଂଟିକା ପର୍ଯ୍ୟନ୍ତ ତଦନ୍ତ ଜାରିରଖିଥିଲେ l ବାସଭବନରେ ରହୁଥିବା ଭଉଣୀ ସଂଜୁକ୍ତା ସାମଲ ଓ ତାଙ୍କ ଜ୍ୱାଇଁ ରବୀନ୍ଦ୍ର ବେହେରା ଙ୍କ ଉପସ୍ଥିତି ରେ ତନଖି ଫେରିଥିବାର ଜଣାପଡିଛି l ତିନି ଗୋଟି ସ୍ଥାନରେ ଚଢ଼ାଉ ହୋଇଥିବାର ଜଣାପଡିଛି l