ଧନତେରସ୍‌ରେ ସୁନା କିଣାରେ ରେକର୍ଡ, ଓଡ଼ିଶାରେ ବିକ୍ରି ହେଲା ୩୦୦ କୋଟିରୁ ଅଧିକ ସୁନା

ଭୁବନେଶ୍ୱର, ୦୭/୧୧ : ଧନତେରସ୍‌ରେ ସୁନା କିଣାକୁ ନେଇ ବଜାରରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସୁନା ଦରରେ ବଡ଼ ଧରଣର ହ୍ରାସ ଏବଂ ବିଭିନ୍ନ ଜୁଏଲାରୀ ସୋରୁମ୍‌ର ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଟାଣି ଆଣିଥିଲା । ଫଳରେ ଧନତେରସ୍‌ରେ ସାରା ଓଡ଼ିଶାରେ ଜମିଥିଲା ସୁନା ବେପାର । ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା କିଣି ଘରକୁ ନେଇଥିଲେ ଗ୍ରାହକ ।