ମହାକାଳପଡ଼ା, ୧୪/୧୧ : କେନ୍ଦ୍ରୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସୂଚନା ମତେ ଶୁକ୍ରବାର ମହାକାଳପଡ଼ା ବ୍ଲକ କଂଗ୍ରେସ “ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ” ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା l ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କ ନେତୃତ୍ୱରେ ରାଜ୍ୟ ଓବିଶି ସେଲ ର ବେଣୁଧର ସାହୁ, ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇ ,ଜିଲ୍ଲା ସମ୍ପାଦକ ପ୍ରମୋଦ ସ୍ୱାଇଁ, ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ କଂଗ୍ରେସ କମିଟି ର କାର୍ଯ୍ୟକର୍ତ୍ତା ମାନେ ଭୋଟର ସଚେତନତା ରାଲିରେ ସାମିଲ ହୋଇଥିଲେ l କଂଗ୍ରେସ କର୍ମୀ ମାନେ ମହାକାଳପଡ଼ା ରୁ ଛପାଲି ଗଡା ପର୍ଯ୍ୟନ୍ତ ଭୋଟର ସଚେତନ ବାଇକ ରାଲିରେ ଯିବା ବାଟରେ ଡବଲ ଇଂଜିନ ସରକାର ବିରୋଧୀ ନାରା ଦେଉଥିଲେ l ଏପରିକି ଭୋଟ ଚୋର ବିଜେପି, ଇଭିଏମ ରେ ଭୋଟ ଚୋରାଉଛି, ସେପଟେ ଏସଆର ଜରିଆରେ ସିଇସି ଙ୍କ ସହଯୋଗ ରେ ଅନେକ ଭୋଟର ଙ୍କୁ ତାଲିକା ରୁ ବାଦ ଦେଇଛି l ଦେଶର ଭୋଟର ମାନଙ୍କୁ ଭୁଆଁ ବୁଲେଇ ପ୍ରଶାସନ କୁ ହାତବାରିସୀ ସଜାଇ ବାଜିମାତ କରୁଛି l ତେଣୁ ସରକାର ଙ୍କ ବରଖାସ୍ତ ସହିତ ସିଇସି ଙ୍କୁ ବହିଷ୍କାର ଓ ବାଲାଟ ପେପର ରେ ଭୋଟିଂ ପାଇଁ ଦାବି କରୁଛି କଂଗ୍ରେସ l ଏନେଇ ମହାକାଳପଡ଼ା ରୁ ବାହାରିଥିବା ବାଇକ ରାଲିରେ ଦଳ ର ପଦାଧିକାରୀଙ୍କ ସହିତ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବହୁ ନେତୃମଣ୍ଡଳୀ ସାମିଲ ଥିଲେ।