ଶିବ କରଙ୍କ ମୃତ୍ୟ ରହସ୍ୟ ସନ୍ଦେହ ଘେରରେ

ମହାକାଳପଡ଼ା, ୧୪/୧୧ : ମହାକାଳପଡ଼ା ଥାନା ଅଧୀନ ବାରଡାଙ୍ଗ ପଂଚାୟତ ଅନ୍ତର୍ଗତ ନନ୍ତାର ରାଜସ୍ବ ଗ୍ରାମସ୍ଥ ଗଙ୍ଗାଧରପୁର ଶାସନ ପଡ଼ାର ଶରତ କର ଙ୍କ ସାନପୁଅ ଶିବ ଗୁରୁବାର ରାତ୍ରିରେ ଭୋଜିଭାତ କରିବାକୁ ଯାଇ ମୃତ୍ୟୁ ବରଣ କରିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l

ସୂଚନାରୁ ପ୍ରକାଶ ଶିବ ସନ୍ଧ୍ୟାରେ ଚାନ୍ଦିନୀ ପଡିଆରେ ଭୋଜି ଖାଇ ବିଳମ୍ବିତ ପ୍ରହର ରେ ଘରକୁ ଫେରିବ ବୋଲି ଜଣାଇଥିଲା l ମାତ୍ର ରାତ୍ରି ୯ଘଂଟିକା ପରେ ଗାଁ ଲୋକେ କେହି ତାକୁ ଛପାଲି ଗଡା ରେ ଦେଖିଥିବା ର ସମ୍ପର୍କୀୟ ଭାଇ କୁହନ୍ତି l ସେହିପରି ସାଥି ଙ୍କ ମେଳରେ ଭୋଜି ଭାତ କରିବାକୁ ଯାଇଥିଲା l ଘରକୁ ଫେରିବା ପରିବର୍ତ୍ତେ ପ୍ରଥମେ ମହାକାଳପଡ଼ା ଓ ପରେ କେନ୍ଦ୍ରାପଡା ମେଡିକାଲ କୁ କେହି ସାଥି ପିଲା ନେଇକି ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କକେଇ କହନ୍ତି l ମାତ୍ର ଜନ୍ମ ଦେଇଥିବା ମା କୁହନ୍ତି ଯେ ପୁଅ ଚାନ୍ଦିନୀ ପଡିଆକୁ ଭୋଜି ଭାତ କରିବାକୁ ଗଲା, ମୁର୍ମୁଷ ଅବସ୍ଥା ରେ ଘେରି ପାଖ କେନାଲ ବନ୍ଧରୁ କିଭଳି ଘେରି ପିଲା ଉଦ୍ଧାର କଲେ ଏନେଇ ମରିବାର କାରଣ ଜାଣୀହେଉନଥିବାର ମା କହନ୍ତି l

ତେବେ ଚାନ୍ଦିନୀ ପଡିଆ ଠୁ ୨କିଲୋମିଟର ବାଟ ବାଇକ ନେଇ ପୁଅ କହିକି ଯାଇଥିଲା l କେନାଲ ପାଖ ଘେରି ପିଲାଙ୍କୁ ବନ୍ଧ କଡ଼ରେ ପଡିଥିବାର ଶିବ ପଡ଼ିଥିବା କଥା କେଉଁମାନେ ଜଣାଇଲେ ଏନେଇ ସନ୍ଦେହ ସୃଷ୍ଟି ହେଉଛି l ଯାହା ନେଇ ଶରତ ଙ୍କୁ ପରିବାର ଓ ପଡୋଶୀ କହନ୍ତି ଭୋଜିଭାତ କରିବାକୁ ଯାଇଥିବା ପୁଅ ର କିଭଳି ହଠାତ ମୃତ୍ୟୁ ହୋଇଗଲା l ପୁଅ ର ମୃତ୍ୟୁ କୁ ନେଇ ଶରତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋହ ଆଧାର ରେ ମହାକାଳପଡ଼ା ପୋଲିସ ଘେରି ନିକଟରେ ପହଂଚି ଶିବ ବ୍ୟବହାର କରୁଥିବା ବାଇକ ଲକ ହୋଇଥିବା ଓ ପାଖରେ ଘଟଣା ଦିନ ବ୍ୟବହାର କରିଥିବା ସାର୍ଟ ପଡିଥିବାର ଦେଖି ତଦନ୍ତ କରିବାକୁ ଯାଇଥିବା ପୋଲିସ ସନ୍ଦେହ କରିଛି l ତେବେ ଶିବଙ୍କ ଶବ ର ବ୍ୟବଛେଦ ପରେ ଘଟଣା ପଛର ରହସ୍ୟ ପଦାକୁ ଆସିବ ବୋଲି ଅନୁମେୟ ହେଉଛି l