୧୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ମହାକାଳପଡ଼ା ପୋଲିସ

ମହାକାଳପଡ଼ା, ୧୮/୧୧ (ଓଡିଶା ଖବର) : ଶ୍ରମିକ ଉଛେଦ ଓ ନିୟନ୍ତ୍ରଣ ଆଇନ ୧୯୮୬ଅନୁଯାୟୀ ୧୪-୧୫ବର୍ଷ ବୟସ ର ଶିଶୁ ମାନଙ୍କୁ କଠିନ ବା ବିପଦ ସଂକୁଳ କାର୍ଯ୍ୟରେ ନିୟୋଜନ କରିବା ଆଇନତଃ ଅପରାଧ l ଏହି ଆଇନ କୁ ଫୁ କରି ମହାକାଳପଡ଼ା ଥାନା ଅଂଚଳରେ ଶିଶୁ ଶ୍ରମିକ କାର୍ଯ୍ୟ ନିମନ୍ତେ ଯାଉଥିବା ବେଳେ ସ୍ଥାନୀୟ ପୋଲିସ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରିଛନ୍ତି l ସୋମବାର ପୂର୍ବାହ୍ନ ରେ ବାଲେଶ୍ୱର ଖଇରା ଅଂଚଳର ୮ନାବାଳିକା, ୨ନାବାଳକ ଅଟୋ ଯୋଗେ ବରକନ୍ଧା ପଂଚାୟତ କୁ ଧାନ କାଟିବାକୁ ଯାଉଥିଲେ l କଠିନ କାର୍ଯ୍ୟରେ ନିୟୋଜନ କରିବା ନିମନ୍ତେ ସ୍ଥାନୀୟ ଛେଡାକଣୀ ଗାଁ ରଜଣେ ବ୍ୟକ୍ତି ହେପାଜତ ରେ ସୁଦୂର ବାଲେଶ୍ୱର ଜିଲ୍ଲା ରୁ ଧରି ଆସୁଥିଲେ l ଖବର ପାଇଁ ମହାକାଳପଡ଼ା ପୋଲିସ ଦଧିପୁର ନିକଟରୁ ଶିଶୁ ଶ୍ରମିକ ଧରି ଯାଉଥିବା ଅଟୋ କୁ ଥାନାକୁ ନେଇଥିଲେ l ଅପରାହ୍ନ ରେ କେନ୍ଦ୍ରାପଡା ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଦାଖଲ କରିଥିବାର ଥାନା ତରଫରୁ ଜଣାପଡିଛି l