ମହାକାଳପଡ଼ା, ୧୫/୦୨ (ଓଡିଶା ଖବର) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ପୋଲିସ ଷ୍ଟେସନ ତରଫରୁ ପେଟଛେଲା ପଂଚାୟତ ଲୁଣୀମାଠିଆ ଠାରେ ଶନିବାର କମ୍ୟୁନିଟି ପୋଲିସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ୪ଗୋଟି କ୍ରିକେଟ ଟିମ ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଶେଷରେ ଜମ୍ବୁ ଭାତୃ ସଙ୍ଘ କ୍ରିକେଟ ଟିମ ବଉଳକଣୀ ର ବଜରଙ୍ଗୀ କ୍ରିକେଟଟିମ କୁ ହରାଇ ଚମ୍ପିୟାନ ହୋଇଥିଲା l ପରେ ପରେ ନୃତ୍ୟ ଓ ଗୀତ ର ତାକେ ତାଳେ ମଞ୍ଚ ପ୍ରକମ୍ପିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଏସପି ସିଦ୍ଧାର୍ଥ କଟାରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଏସପିଙ୍କ ସହିତ ଗୁଇନ୍ଦା ଡ଼ିଏସପି ଲଷ୍ମୀନାରାୟଣ ତିୱାରୀ, ରିଜର୍ଭ ଇନ୍ସପେକ୍ଟର ପ୍ରସନଜିତ ରଣସିଂ,ସରପଞ୍ଚ ରାମନଗର ମିଲନ ଦେବନାଥ ପେଟଛେଲା ପ୍ରସନ୍ନ ବେହେରା ଓ ବଉଳକଣୀ ସାଲବେଗ ମହାଳୀ, ଜମ୍ବୁ ବିଶ୍ୱଜିତ ବସୁ ମଂଚାସୀନ ଥିଲେ l ସହଯୋଗୀ ଭାବେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରିଣୀ ଅନିତା ସ୍ୱାଇଁ,ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ ଉପସ୍ଥିତ ଥିଲେ l