ମହାକାଳପଡ଼ା, ୧୫/୦୨ (ଓଡିଶା ଖବର) : ମହାକାଳପଡ଼ା ବ୍ଲକ ସଦର ମହକୁମା ରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଚଡାଇଗୁଆଁ ର ୨୪ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠି ମୁଖ୍ୟ ଅତିଥି, ବ୍ଲକ ଶିକ୍ଷାଧିକାରୀ କୈଳାସ ଦଳାଇ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ l ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରତିକାନ୍ତ ପଣ୍ଡା, ସଂକୁଳ ପ୍ରମୁଖ ରାଜେଶ ଜେନା,ଜିଲ୍ଲା କାର୍ଯ୍ୟକାରିଣୀ ପ୍ରଶାନ୍ତ ସେଠି, ଅମିତାଭ ସୁଆର, ଶିକ୍ଷାବିତ ସତ୍ୟବ୍ରତ ସେନାପତି ଓ ଦୁଷ୍ମନ୍ତ ପାଇକରାୟ,ପରିଚାଳନା କମିଟି ସଭାପତି ପବିତ୍ର ଚୌଧୁରୀ ଓ କୋଷାଧ୍ୟକ୍ଷ ପ୍ରତାପ ପାଇକରାୟ ମଂଚାସୀନ ଥିଲେ l ପ୍ରଦୀପ ପ୍ରଜ୍ବଳନ ପରେ ଭାରତ ମାତା ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଆନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ବିଦ୍ୟାଳୟ ର ପ୍ରଧାନ ଗୁରୁମା କଳ୍ପନା ରାଉତରାୟ ବାର୍ଷିକ ବିବରଣୀ ପାଠ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ମଂଚାସୀନ ଅତିଥି ମାନେ ବିଦ୍ୟାଳୟ ର ଛାତ୍ର /ଛାତ୍ରୀ ମାନଙ୍କୁ ଉଜ୍ବଳ ଭବିଷ୍ୟତ ନେଇ ବିଭିନ୍ନ ଦିଗଦର୍ଶନ ଦେଇଥିଲେ l ସୁସଙ୍ଗ ଓଉତ୍ତମ ପରିବେଶ କିଭଳି ଉତ୍ତମ ଛାତ୍ର /ଛାତ୍ରୀ ଗଠନ ରେ ମୁଖ୍ୟ ଭୂମିକା ନିର୍ବାହ କରେ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ l ସଭା ଶେଷରେ ନୃତ୍ୟ /ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପରେ ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ମଂଚାସୀନ ଅତିଥି ପୁରସ୍କାର ପ୍ରଦାନ କରିଥିଲେ l