ଦେଉଳିପଡ଼ା ଠାରେ ଆନ୍ତର୍ଜାତୀୟ “ଆର୍ଟ ଅଫ ଗିଭିଂ ” ଦିବସ ଉପଲକ୍ଷେ ସଚେତନ ସଭା

ମହାକାଳପଡ଼ା, ୧୮/୦୫ : ମହାକାଳପଡ଼ା ବ୍ଲକ ଦେଉଳିପଡ଼ା ପଂଚାୟତ କାର୍ଯ୍ୟାଳୟ ପରିସର ରେ “ଆର୍ଟ ଅଫ ଗିଭିଂ ” ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଅବସର ରେ କୀଟ, କିମ୍ସ ଓ କିସ୍ସ ପକ୍ଷରୁ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ଶିକ୍ଷକ ଦେବଦତ୍ତ ଷଡ଼ଙ୍ଗୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନ ସଭାରେ ପଂଚାୟତ ର ସରପଞ୍ଚ ନିବେଦିତା ଦାସ ମୁଖ୍ୟ ଅତିଥି,ଶଶାଙ୍କ ଶେଖର ଦାସ ମୁଖ୍ୟ ବକ୍ତା,ପୂର୍ବତନ ସମିତିସଭ୍ୟ ଶଶିଭୂଷଣ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l ଏତଦ ବ୍ୟତୀତ କୀଟର ଅନନ୍ତ ଖଟୁଆ, ସବ୍ୟସାଚୀ ମହାନ୍ତି ଓ ରଞ୍ଜିତ ଜେନା ପ୍ରମୁଖ ସହଯୋଗୀ ଭାବେ ଉପସ୍ଥିତ ଥିଲେ l କୀଟ, କୀମସ ଓ କିସ ତରଫରୁ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ଅବ୍ୟହିତ ପୂର୍ବରୁ ଦେଉଳିପଡ଼ା ଠାରେ ଶନିବାର ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି lଓଡିଶା ର କୋଣ ଅନୁକୋଣର ଶହ ଆର୍ଥିକ ଦୁର୍ବଳ ବର୍ଗ ର ଛାତ୍ର /, ଛାତ୍ରୀଙ୍କ ସାହାଭରସା ପାଲଟିଥିବା ପ୍ରଥମେ ସ୍ବେଛାସେବୀ ଓ ପରେ ରାଜନୀତି ରେ ପ୍ରତିଷ୍ଠା ଲାଭ କରିଥିବା “କୀଟ,କୀମସ ଓ କିସ “ର ପ୍ରତିଷ୍ଠାତା ପ୍ରଫେସର ଅଚୁତ ସାମନ୍ତ ଙ୍କ ଦେବା କଳା ଉପରେ ଗୁରୁତ୍ବ ନେଇ ଆଲୋଚନା କରିଥିଲେ ମଂଚାସୀନ ଅତିଥି ଓ କର୍ମକର୍ତ୍ତା l ଆଜି କାଲି ବ୍ୟସ୍ତ ବହୁଳ ସମାଜରେ ସ୍ୱାର୍ଥ ସର୍ବସ୍ୱ ମଣିଷ ସଭିଏଁ ନେବା ଉପରେ ଲକ୍ଷ୍ୟ ରଖି ଦେବା କଥା ଭୁଲି ଗଲେଣି l ଏନେଇ ସମାଜ ର ଯୁବ ପିଢ଼ି ବିପଥଗାମୀ ହୋଇ ବିଭିନ୍ନ ସମୟରେ ଅସାମାଜିକ କାଣ୍ଡ ଭିଆଉଛନ୍ତି l ଛୋଟରୁ ବଡ଼ କରିଥିବା ପିତାମାତା ଙ୍କୁ ସନ୍ତାନ ଦେବାକୁ ଦ୍ଵିଧା ପ୍ରକାଶ କରୁଛି l ଏହି ସଙ୍କଟ ସମୟରେ ପ୍ରଫେସର ସାମନ୍ତ ଜଣେ ମନୀଷୀ ଭାବେ ସମାଜରେ ଦେବା କଳାକୁ ଉପରେ ଦୀର୍ଘ ୧୩ବର୍ଷ ଧରି ଗୁରୁତ୍ୱାରୋପ କରିଆସୁଛନ୍ତି l ଏହିଭାବେ ଦେଉଳିପଡ଼ା ଠାରେ ଆୟୋଜିତ ସଚେତନ ସଭାରେ କୀଟ, କିସ୍ସ ଓ କୀମସ ର କାର୍ଯ୍ୟକର୍ତ୍ତା ଓ ମଂଚାସୀନ ଅତିଥି ମାନେ କହିଥିଲେ ଯେ ବିଭିନ୍ନ କଳା ମଧ୍ୟରୁ ଦେବା ଏକ କଳା , କଳା ଥିଲେ ଭାଵ, ଭକ୍ତି, ପ୍ରେମ ଓ ଆବେଗ ସୃଷ୍ଟି ହୁଏ l ଜଣେ ବ୍ୟକ୍ତି ହୃଦୟରେ ଏସବୁ ଉପୁଜିଲେ ନିଶ୍ଚିତ ରୂପେ ସମ୍ପୃକ୍ତ ବ୍ୟକ୍ତି ଧୀର, ନମ୍ର, ବଦାନ୍ୟତା ପ୍ରତିଫଳିତ ହେଲେ ସ୍ୱୟଂପପୂର୍ଣ୍ଣ ହେବାରେ ବେଶ ସହାୟ ହୁଏ l ସ୍ୱତଃ ସ୍ପୁର୍ତ୍ତ ଭାବେ ଭାବାବେଗ ମନୁଷ୍ୟ କୁ ପରିପୂର୍ଣ୍ଣ କରାଇଥାଏ ବୋଲି ଅଭିଭାଷଣ ରେ କହିଥିଲେ l ନେବା ସହିତ ଦେବା, ଦାନ ସହିତ ପ୍ରତିଦାନ ର ସୁସମ୍ପର୍କ ରହିଛି l ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଜଣେ ବ୍ୟକ୍ତି ଉଭୟ କଳାର ଅଧିକାରୀ ନହେଲେ ଅସମ୍ପୂର୍ଣ୍ଣ ରହିଯାଏ ଜୀବନ l ଉକ୍ତ କାର୍ଯ୍ୟକ୍ରମ ରେ ବିଶ୍ଵଭୂଷଣ ପାଇଟାଳ, ଅରକ୍ଷିତ ଓଝା, ଗୁରୁଚରଣ ସାହୁ, ସିଦ୍ଧାର୍ଥ ସୁତାର ଶିବଦତ୍ତ ସୁତାର ଓ ସ୍ଥାନୀୟ ଛାତ୍ର /ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l