ବୁଲା ଷଣ୍ଢକୁ ସୁରକ୍ଷା ଦେବାକୁ ଯାଇ କେନାଲକୁ ଖସିଲା କାର

ମହାକାଳପଡ଼ା ୧୨/୦୮ : ଜମ୍ବୁ -ମାର୍ଶାଘାଈ ଉପର କେନାଲ ରାସ୍ତା ରେ ଦିନ କୁ ଦିନ ବୁଲା ଷଣ୍ଢ ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି l ଏପରିକି ରାତ୍ରିରେ ବାଇକ ଆରୋହୀ କି ଚାରିଚକିଆ ଯାନ ଯାତାୟତ କରିବା କଷ୍ଟସାପେକ୍ଷ ହୋଇପଡୁଛି l ସନ୍ଧ୍ୟା ପରେ ସମ୍ପୃକ୍ତ ରାସ୍ତା ରେ ଯାତାୟତ ନେଇ ଗାଡି ଚାଳକ ବିପଦ ମଣୁଛନ୍ତି l ବୁଲୁ ଥିବା ଷଣ୍ଢ ଗୁଡିକ ସଫା ରଙ୍ଗ ର ହୋଇଥିଲେ ବି ଅନ୍ଧାର ରାତିରେ ବାରିବା ସ୍ପଷ୍ଟ ହେଉନି l ସେପଟେ କଳା/ନାଲି /ମାଟିଆ ରଙ୍ଗର ହୋଇଥିଲେ ଶୋଇଥିବା ଅବସ୍ଥାରେ ଗାଡି ଆଲୁଅରେ ଜାଣି ପାରିବା ସମ୍ଭବ ହେଉନି l ଯେଭଳି ଆଜି ସନ୍ଧ୍ୟା ରେ ମାର୍ଶାଘାଈ ପଟୁ ରାମନଗର ଅଭିମୁଖେ ଯାଉଥିବା ରାମନଗର ଅଞ୍ଚଳ ର ଏକ ଟାଟା ଟ୍ୟୁବ୍ରୋ କାର ଟି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପାଖରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି l ଶୋଇଥିବା ଷଣ୍ଢ ଗାଡି ଆଲୁଅରେ ଅସ୍ପଷ୍ଟ ହେବାରୁ ଗାଡି ଚାଳକ ଶୋଇଥିବା ଷଣ୍ଢ କୁ ସୁରକ୍ଷା ଦେବାକୁ ଯାଇ ନିରୁପାୟ ହୋଇ କେନାଲ ପଟକୁ ଗାଡି ଗଡ଼ାଇଥିଲେ l ସୌଭାଗ୍ୟ ର କଥା ଗାଡି ରାସ୍ତା କଡ଼ରେ ଥିବା ଗଛ ରେ ମାଡ଼ ହୋଇ ଅନେକାଂଶରେ ଭାଙ୍ଗି ଯାଇଥିଲେ ବି ବସିଥିବା ବ୍ୟକ୍ତି ଓ ଗାଡି ଚାଳକ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ଖବର ପାଇ ମହାକାଳପଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି କୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଥିବାର ଜଣାପଡିଛି l ଯାତ୍ରୀ ମାନଙ୍କ ସୁରକ୍ଷା ନେଇ ରାସ୍ତା ରେ ବୁଲୁ ଥିବା ଗୋରୁ ଙ୍କ ବେକରେ ରେଡିୟମ ଯୁକ୍ତ ବେଲ୍ଟ ବନ୍ଧା ହେଲେ ରାତ୍ରିରେ ସହଜରେ ଦୂରରୁ ଗାଡି ଚାଳକ ବାରି ପାରନ୍ତେ l ସଫା ହେଉବା ମଇଳା ରଙ୍ଗ ଉଭୟ ଷଣ୍ଢ ଙ୍କ ବେକରେ ବେଲ୍ଟ ବନ୍ଧା ଯିବା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବିହେଉଛି l