ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ମହାକାଳପଡ଼ା, ୧୨/୦୮ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବଡକୁଳ ପଞ୍ଚାୟତ ଅନ୍ତର୍ଗତ ବେନୁପାଳ ( ଘନଶ୍ୟାମପୁର) ଗାଁର ଶିବ ପ୍ରସାଦ ସ୍ୱାଇଁଙ୍କ ବଡ଼ପୁଅ ସମରେଶ ସ୍ୱାଇଁ (୩୯)ଙ୍କ ପ୍ରାୟ ଅପରାହ୍ନ ୫.୩୦ ମିନିଟ ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସମରେଶ ଜାତୀୟ ରାଜପଥ ୫(କ)ର ଲୁଣା ବ୍ରିଜ୍ ଉପରେ ବାଇକ୍‌ରେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମରେଶଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମାର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଫେରାର ଟ୍ରକ୍‌କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି।