ମା’ ଓ ଝିଅଙ୍କ ଯୋଡି: ଉଭୟ ହେଲେ ପୋଲିସ ଏସଆଇ

ମା’-ଝିଅ, ମା’-ପୁଅ ଦୁହେଁ ଏକାଠି ମାଟ୍ରିକ ପାସ କରିଥିବା ଖବର ପୂର୍ବରୁ ଶୁଣିଛେ । ସେହିପରି ପୋଲିସ ବିଭାଗରେ ବାପ ଝିଅ ଏକାଠି କାମ କରୁଥିବା ନେଇ ଅନେକ ଘଟଣା ରହିଛି । ଏହି କ୍ରମରେ ଆଉ ଏକ ଖବର ଆସିଛି କି ସବ-ଇନ୍ସପେକ୍ଟର ପଦବୀ ପାଇଁ ଉଭୟ ମା’ ଓ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଭଳି ଘଟଣା ତେଲେଙ୍ଗାନାର ଖମ୍ମମ୍ ଜିଲ୍ଲାର ନେଲକୋଣ୍ଡାପାଲ୍ଲି ମଣ୍ଡଳର ଚେନ୍ନାରାମ ଗାଁରୁ ସାମ୍ନାକୁ ଆସିଛି ।

ଏହି ଗ୍ରାମରେ ବସବାସ କରୁଥିବା ମା’ ଥୋଲା ନାଗମଣି (୩୮ବର୍ଷ) ଓ ଝିଅ ତ୍ରିଲୋକିନୀ(୨୧ବର୍ଷ) ଗତ ଡିସେମ୍ବର ୧୪ରେ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ଚାଲିଥିବା ପୋଲିସ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଫିଜିକାଲ୍ ଫିଟନେସ୍ ଟେଷ୍ଟ୍ ଦେଇଥିଲେ । ଏଥିରେ ଭଭୟ ମା’ ଓ ଝିଅ ସଫଳ ହୋଇଥିଲେ । ସେହିପରି ଲିଖିତ ପରୀକ୍ଷାରେ ମଧ୍ୟ ସଫଳ ହୋଇଛନ୍ତି ମା’ ଥୋଲା ନାଗମଣି ଓ ଝିଅ ତ୍ରିଲୋକିନୀ । ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବହୁ ପ୍ରାର୍ଥୀଙ୍କୁ ପଛରେ ପକାଇ ଏସ୍ଆଇ ହୋଇଛନ୍ତି ।

ଝିଅ ତ୍ରିଲୋକିନୀ କହିଛନ୍ତି, ‘ମୋ ମା’ ଜଣେ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଥିଲେ ତେଣୁ ସେ ମୋ ସହିତ ଏହି ପଦବୀ ପାଇଁ ଆବେଦନ କରିଥିଲେ ଏବଂ ଆମେ ଏକାଠି ପରୀକ୍ଷା ଦେଇଥିଲୁ । ମୋ ମା’ ପୋଲିସ ବିଭାଗରେ ଅଛନ୍ତି । ସେ ମତେ ପୋଲିସ ହେବାକୁ ପ୍ରେରଣ ଦେଇଥିଲେ । ଆମେ ଦୁହେଁ ପରସ୍ପରକୁ ପରୀକ୍ଷାରେ ପାସ୍ ହେବା ପାଇଁ ଉତ୍ସାହିତ କରୁଥିଲୁ । ଆଉ ଶେଷରେ ସଫଳ ବି ହୋଇଥିଲୁ । ଏଥିପାଇଁ ବାପା ବି ଆମକୁ ବହୁତ ସାହାଯ୍ୟ କରିଛନ୍ତି ।’

SBI AD