୬୦ ବର୍ଷ ପରେ ନାଗାଲାଣ୍ଡ ପାଇଲା ପ୍ରଥମ ମହିଳା ବିଧାୟକ

ନାଗାଲାଣ୍ଡ,୨/୩: ରାଜ୍ୟ ଗଠନ ହେବାର ୬୦ ବର୍ଷ ପରେ ନାଗାଲାଣ୍ଡ ପ୍ରଥମଥର ପାଇଁ ଜଣେ ମହିଳା ବିଧାୟକଙ୍କୁ ପାଇଛି। ବିଜେପିର ସହଯୋଗୀ ଏନଡିପିପିରୁ ହେକାନି ଜାଖାଲୁ ଦିମାପୁର-୩ ଆସନରୁ ବିଜୟୀ ହୋଇଛନ୍ତି।

ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ପୂର୍ବରୁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆଜି ଚାଲିଛି ଗଣତି। ​​ଶ୍ରୀମତୀ ଜାଖାଲୁ ଲୋକ ଜନକ୍ଷେତ୍ର ପାର୍ଟିର ଆଜେତୋ ଜିମୋମିଙ୍କୁ ପରାସ୍ତ କରିଛନ୍ତି। ସେହିପରି ପଶ୍ଚିମ ଅଙ୍ଗାମି ଆସନରେ ଏନଡିପିପିରୁ ଅନ୍ୟ ଜଣେ ମହିଳା ପ୍ରାର୍ଥୀ ସାଲହୁତୁନୁ କ୍ରୁସ ମଧ୍ୟ ଆଗୁଆ ଅଛନ୍ତି।

ଶାସକ ଏନଡିପିପି-ବିଜେପି ମେଣ୍ଟ ନାଗାଲାଣ୍ଡରେ ପୁଣି ‌ଥରେ କ୍ଷମତା ବଜାୟ ରଖିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଏନଡିପିପି-ବିଜେପି ମେଣ୍ଟ ୩ଟି ଆସନ ଜିତି ଥିବା ବେଳେ ୩୫ଟିରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ନେପହ୍ୟୁ ରିଓଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରଗ୍ରେସିଭ ପାର୍ଟି (ଏନଡିପିପି) ୨୦୧୮ ମସିହାରୁ ବିଜେପି ସହ ମେଣ୍ଟ କରିଆସୁଛି।

 

 

SBI AD