ୱାଶିଂଟନ ୪/୦୪ : ନାସା ଏହାର ଚନ୍ଦ୍ର ଅଭିଯାନ ନିମନ୍ତେ ୪ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି ଆମେରିକାର ମହାକାଶ ଗବେଷଣା ଏଜେନ୍ସି । ମନୋନୀତ ମହାକାଶଚାରୀମାନେ ହେଲେ କ୍ରିଷ୍ଟିଆନା କୋଚ୍, ଭିକ୍ଟର ଗ୍ଲୋଭର, ରୈଡ୍ ୱାଇଜମ୍ୟାନ ଓ ଜେରେମି ହାନସେନ। ଆର୍ଟେମିସ୍-୨ ନାମକ ଚନ୍ଦ୍ର ଅଭିଯାନରେ ନାସା ଏହି ୪ ମହାକାଶଚାରୀଙ୍କୁ ଚନ୍ଦ୍ର ପୃଷ୍ଠକୁ ପଠାଇବ। ଏହି ମହାକାଶଚାରୀମାନେ ଚନ୍ଦ୍ରର କକ୍ଷପଥକୁ ପରିକ୍ରମଣ କରିବେ। ୪ ଜଣ ମହାକାଶଚାରୀ ଓରିଅନ ମହାକାଶଯାନ ଦ୍ବାରା ଚନ୍ଦ୍ରପୃଷ୍ଠକୁ ଯିବେ। ସେମାନେ ଚନ୍ଦ୍ରପୃଷ୍ଠରେ ପ୍ରାୟ ୧୦ଦିନ ଅବସ୍ଥାନ କରିବେ। ୨୦୨୪ରେ ଏହି ଚନ୍ଦ୍ର ଅଭିଯାନ ହେବ। ୧୯୭୨ରେ ଶେଷ ଥର ପାଇଁ ନାସା ଏହାର ଆପୋଲୋ ୧୭ ଅଭିଯାନରେ ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିଥିଲା। ଦୀର୍ଘ ୫୦ବର୍ଷ ଅନ୍ତରରେ ନାସା ପୁନର୍ବାର ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିବାକୁ ଯାଉଛି।