ଭୁବନେଶ୍ୱର, ୧୪/୦୭ : ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ହୋଇଥିବା କୁହାଯାଉଛି । ସୂତ୍ର ଅନୁସାରେ, ନବୀନ ପଟ୍ଟନାୟକ ପ୍ରାୟ ସାତ ଦିନ ଦିଲ୍ଲୀରେ ଅବସ୍ଥାନ କରିବେ ।