ଭୁବନେଶ୍ୱର, ୨୬/୦୪ : ସରଣ୍ଡାରେ ପୂର୍ବତନ ମାଓବାଦୀଙ୍କୁ ପିଟିପିଟି ହତ୍ୟା କରିଲେ ମାଓବାଦୀ। ସାମାନ୍ୟ କିଛି ଦିନର ନିରବତା ପରେ ସରଣ୍ଡା ଜଙ୍ଗଲରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି। ସରଣ୍ଡା ଜଙ୍ଗଲ ଅଧିନସ୍ଥ ପଶ୍ଚିମ ସିଂଭୂମ ଜିଲ୍ଲାର ଗୋଇଲକେରା ଠାରେ ମାଓବାଦୀ ମାନେ ଜଣେ ପୂର୍ବତନ ମାଓବାଦୀଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିଚୟ ରମେଶ ଚମ୍ପିଆ ଉର୍ଫ ଚମରା ଭାବେ ହୋଇଛି। ସେ ଗୋଇଲକେରା ଥାନା ଅଞ୍ଚଳର ରୋୟଗୁଟୁ ଗାଁର ବାସିନ୍ଦା ଥିଲେ। ସିଏ ଗତ ଦୁଇ ବର୍ଷ ତଳେ ମାଓବାଦୀ ମାମଲାରେ ଚାଇବାସା ପୁଲିସ ଦ୍ଵାରା ଗିରଫ ହେଇ ଜେଲକୁ ଯାଇଥିଲେ। ମାତ୍ର ଗତ ଆଠ ମାସ ପୂର୍ବେ ସିଏ ଜେଲରୁ ବାହାରି ଗୋଟିଏ ଠିକା ସଂସ୍ଥାରେ ସୁପରବାଇଜାର କାମ କରୁଥିଲେ। ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଲେ ୪୭ ମାଓବାଦୀ। ତେଲେଙ୍ଗାନା ପୁଲିସ ନିକଟରେ କଲେ ଆତ୍ମସମର୍ପଣ। ଏହି ମାଓବାଦୀମାନେ ଏଲଏମଜି, ଏକ ୪୭ ସମେତ ୩୨ଟି ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ଼ରେ ସକ୍ରିୟ ଥିଲେ। ଜଣେ ମାଓବାଦୀଙ୍କ ନାଁରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ପୁରସ୍କାର ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବିଜୟ ରହିଛନ୍ତି। ଏହାସହ ମାଓବାଦୀଙ୍କ ନବମ ପ୍ଲାଟୁନର କମାଣ୍ଡର ମନୋଜ ମଧ୍ୟ ରହିଛନ୍ତି।