ନୟାଗଡ଼,୧୩ /୨: ନୂଆ ଘର କରିବା ପାଇଁ ମୂଳଦୁଆ ଖୋଳୁ ଖୋଳୁ ବାହାରିଲା ଝୁଡ଼ି ଝୁଡ଼ି କଉଡ଼ି । ୧୨ ଝୁଡି କଉଡ଼ି ବାହାରିସାରିଥିବା ବେଳେ ଆହୁରି ୧୦ରୁ ୧୨ ଝୁଡି ବାହାରି ପାରେ ବୋଲି ଅନୁମାନ କରାଯାଉଛି। ଘଟଣାଟି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗାଁର ନାରାୟଣ ସାହୁଙ୍କ ଘରେ ଦେଖିବାକୁ ମିଳିଛି। ନାରାୟଣ ନିଜର ପୁରୁଣା ଘରକୁ ଭାଙ୍ଗି ନୂଆ ଘର କରିବା ପାଇଁ ଆଜି ମୂଳଦୁଆ ଖୋଳୁ ଥିଲେ। ମାଟିତଳେ ଏକ ବିରାଟ ମାଟିର ଘୁମ ପୋତା ଯାଇଥିବା ଦେଖିବାକୁ ମିଳିଥିଲା । ମାଟି ଖୋଳିବା ବେଳେ ଘୁମଟି ହାଣି ହୋଇ ଯାଇଥିଲା ତା ଭିତରେ କଉଡ଼ି ଥିବା ଦେଖିବାକୁ ମିଳିଥିଲା ।