ପଶ୍ଚିମବଙ୍ଗରେ ମେ ୯ରେ ନୂଆ ସରକାରର ଶପଥଗ୍ରହଣ

ନୂଆଦିଲ୍ଲୀ, ୦୫/୦୫ : ପଶ୍ଚିମ ବଙ୍ଗରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ୟ୍ୟଙ୍କ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରେ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । କାରଣ, ଏହି ଦିନଟି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ଏହାକୁ ଏକ ସାଂସ୍କୃତିକ ଓ ଐତିହାସିକ ମୁହୂର୍ତ୍ତ ଭାବେ ଚୟନ କରାଯାଇଛି।