ଭୁବନେଶ୍ବର, ୨୧/୦୪: ବ୍ୟାଙ୍କକୁ ଭତ୍ତା ଆଣିବାକୁ ଗଲେ ୭୦ ବର୍ଷୀୟା ବୃଦ୍ଧା । ତାହା ପୁଣି ଖାଲି ପାଦରେ ଡହ ଡହ ଖରାରେ ଚେୟାର ଧରି ଚାଲି ଚାଲି । ୧୭ ଏପ୍ରିଲରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଭାଇରାଲ ଭିଡିଓକୁ ଶେୟାର କରି ବ୍ୟାଙ୍କକୁ ସମାଲୋଚନା କରିଛନ୍ତି।
୭୦ ବର୍ଷୀୟା ବୃଦ୍ଧା ହେଉଛନ୍ତି ନବରଙ୍ଗପୁର ଝରିଙ୍ଗା ବ୍ଲକ୍ର ସୂର୍ଯ୍ୟା ହରିଜନ। ତାଙ୍କର ବଡ଼ ପୁଅ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ଭାବରେ କାମ କରୁଛନ୍ତି। ସେ ନିଜ ସାନ ପୁଅ ସହ ରହୁଛନ୍ତି ଏବଂ ସେ ଗୋରୁ ଚରାଇବା କାମ କରୁଛନ୍ତି। ବିଡ଼ମ୍ବନାର ବିଷୟ ପରିବାର ପାଖରେ କୌଣସି ଜମି ନାହିଁ ଏବଂ ସେମାନେ ଝୁପୁଡ଼ିରେ ରହୁଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟରରେ ଭିଡିଓ ସେୟାର କରି ଲେଖିଛନ୍ତି ’’ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତର ସହ ନିଅନ୍ତୁ। ଆର୍ଥିକ ସେବା ବିଭାଗ (ଡିଏଫଏସ) ଏବଂ ଏସବିଆଇ ମାନବିକ ଭାବରେ କାର୍ଯ୍ୟ କରିବା ନେଇ ଆଶା କରୁଛି।’’ ସେ ପ୍ରଶ୍ନ କରିଛନ୍ତି ଯେ କ’ଣ ଏଠାରେ କେହି ବ୍ୟାଙ୍କ୍ ମିତ୍ର ନାହାଁନ୍ତି ? ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏସବିଆଇ ଟ୍ବିଟ୍ କରି ଘଟଣାରେ ଦୁଃଖ ପ୍ରକାଶ କରିଛି। ବ୍ୟାଙ୍କ୍ କହିଛି ଶ୍ରୀମତୀ ସୂର୍ଯ୍ୟା ହରିଜନ ପ୍ରତି ମାସରେ ନିଜ ଗାଁର ସିଏସପିରୁ ଭତ୍ତା ନେଇଥାନ୍ତି। ବୃଦ୍ଧାବସ୍ଥା କାରଣରୁ ତାଙ୍କର ଟିପ ଚିହ୍ନ ମିଶୁନଥିଲା। ଆମେ ଏହା ପରଠୁ ଘରକୁ ଯାଇ ବ୍ୟାଙ୍କ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛୁ। ଖୁବ୍ଶୀଘ୍ର ଆମେ ତାଙ୍କୁ ହ୍ବିଲ୍ଚେୟାର ଯୋଗାଇବୁ ।
Can see the manager of the @TheOfficialSBI responding but yet wish @DFS_India and @TheOfficialSBI take cognisance of this and act humanely. Are they no bank Mitra? @FinMinIndia https://t.co/a9MdVizHim
— Nirmala Sitharaman (@nsitharaman) April 20, 2023
