ମଦ ପିଇ ମରିଗଲେ କ୍ଷତିପୂରଣ ଦେବିନାହିଁ : ମୁଖ୍ୟମନ୍ତ୍ରୀ

ପାଟନା,୧୬/୧୨: ବିହାରର ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି କେହି ମରିଯାଏ ତେବେ ସରକାର କ୍ଷତିପୂରଣ ଦେବେ ନାହିଁ। ସେ ଆହୁରି କହିଛନ୍ତି, “ଯଦି କେହି ମଦ୍ୟପାନ କରେ ଏବଂ ବିଷାକ୍ତ ମଦ ପିଇବ, ତେବେ ସିଏ ମରିବ। ଯଦି କେହି ମଦ୍ୟପାନ କରିବା ପରେ ମରିଯାଏ, ତା’ହେଲେ ତାଙ୍କ ପ୍ରତି ଦୟା ଦେଖାଇବା ଉଚିତ୍ ନୁହେଁ। ଲୋକଙ୍କୁ ମଦ୍ୟପାନରୁ ବାରଣ କରାଯିବା ଉଚିତ୍।” ବିହାରରେ ବିଷାକ୍ତ ମଦ ମାମଲାରେ ଛପରା ସମେତ ଅନେକ ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ରେ ପହଞ୍ଚିଛି ।