କୌଣସି ନୂତନ ଗାଡ଼ି ବା ବାହନ କିଣିଲେ ତାକୁ ମନ୍ଦରକୁ ନେଇ ପୂଜା କରିବାର ରୀତିନୀତି ଓ ପ୍ରଥା ଆମର ରହିଛି । ସେଥିପାଇଁ ଲୋକମାନେ ନୂତନ ଭାବରେ କିଣା ଯାଇଥିବା ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନକୁ ବାହନ ପୂଜା (ଯାନ ପୂଜା) ପାଇଁ ମନ୍ଦିରକୁ ଆଣନ୍ତି, ଯାହା ଆମ ଦେଶରେ ଏକ ସାଧାରଣ ଦୃଶ୍ୟ । କିନ୍ତୁ ତେଲେଙ୍ଗାନାର ଜଣେ ବ୍ୟବସାୟୀ ବୋଇନପାଲି ଶ୍ରୀନିବାସ ରାଓ ଏହି ପରମ୍ପରାକୁ ଏକ ନୂତନ ସ୍ତରକୁ ନେଇଛନ୍ତି ।
ସେ ରୀତିନୀତି ପାଇଁ ତାଙ୍କର ନୂତନ କ୍ରୟ ହୋଇଥିବା ହେଲିକପ୍ଟଟରକୁ ଏକ ମନ୍ଦିର ଅଭିମୁଖେ ଉଡ଼ାଇ ନେଇଥିଲେ ଏବଂ ସେଠାରେ ହେଲିକପ୍ଟଟରର ଅବତରଣ କରାଇ ତାଙ୍କ ନୂତନ ବାହନର ପୂଜା ରୀତିନୀତି ସମ୍ପନ୍ନ କରିଥିଲେ । ବୋଇନପାଲି ଶ୍ରୀନିବାସ ରାଓ ଭାରତର ଏକ ଦ୍ରୁତ ଉଦୀୟମାନ ଭିତ୍ତିଭୂମି ନିର୍ମାଣ କମ୍ପାନି ପ୍ରତିମା ଗ୍ରୁପର ମାଲିକ ଅଟନ୍ତି । ଶ୍ରୀ ରାଓ ନୂତନ ଭାବେ କ୍ରୟ କରିଥିବା ତାଙ୍କ ହେଲିକପ୍ଟଟରକୁ ନେଇ ହାଇଦ୍ରାବାଦଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ୟାଦାଦ୍ରିର ଶ୍ରୀଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରକୁ ଯାଇଥିଲେ । ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ ବିମାନରେ ତାଙ୍କ ସହ ଯାତ୍ରା କରି ପୂଜାରେ ଅଂଶଗ୍ରହଣ କରିଥିଲେ ।
ଏହି ପୂଜାର ନେତୃତ୍ୱ ପ୍ରସିଦ୍ଧ ଶ୍ରୀଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରର ତିନି ଜଣ ପୁରୋହିତ ନେଇଥିଲେ । ସେମାନେ ହେଲିକପ୍ଟଟର ସମ୍ମୁଖରେ ଥିବା ସମସ୍ତ ରୀତିନୀତି ସଂପନ୍ନ କରିଥିଲେ । ହେଲିକପ୍ଟଟର ସହିତ ଏହି ଅସାଧାରଣ ବାହନ ପୂଜାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।