କଲେଜରେ ସିଟ୍‌ ଅଭାବ ହେବ ନାହିଁ: ସମୀର ଦାସ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିଥିବା ବେଳେ ୯୭.୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏହାବାଦ ସିବିଏସ୍‌ଇ ଓ ଆଇସିଆଇସି ପରୀକ୍ଷା ଫଳ ବାହାରି ନାହିଁ। ଚଳିତ ବର୍ଷ ପାସ୍‌ ହାର ଅଧିକ ଥିବା ବେଳେ ସବୁ ରେଜଲ୍ଟ ବାହାରି ସାରିବା ପରେ ଯୁକ୍ତ ୨ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଯିବା ଆକଳନ କରାଯାଉଛି। ହେଲେ ସେହି ଅନୁଯାୟୀ ସିଟ୍‌ ନ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଲାଗି ସିଟ୍‌ ସମସ୍ୟା ଉପୁଜିବ ନାହିଁ ବୋଲି ଏବେଠୁ ଆଶଙ୍କା ପାଇଲାଣି। ହେଲେ ଏପରି କିଛି ସମସ୍ୟା ଉପୁଜିବ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ଏନେଇ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍ ସମସ୍ୟା ଦେଖାଦେବନି। ବଡ଼ ବଡ଼ କଲେଜରେ ପଢିବାକୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ରହିଛି । ଆବଶ୍ୟକ ସ୍ଥଳେ ସିଟ୍ ବୃଦ୍ଧି କରାଯିବ । ନାମଲେଖା ପାଇଁ ୬ଲକ୍ଷ ୩ ହଜାର ୧୧୩ ସିଟ୍ ରହିଛି । ତାସହ କଲେଜକୁ ଆଧାର କରି ସିଟ୍ ବୃଦ୍ଧି କରାଯିବ ବୋଲି କହିଛନ୍ତ ମନ୍ତ୍ରୀ।