ଥାଇଲାଣ୍ଡର ଚମକିଲେ ଓଡ଼ିଆ ଝିଅ, ପିନ୍ଧିଲେ “ମିସ ଏସିଆ ଟିନ୍’ ମୁକୁଟ

ଭୁବନେଶ୍ୱର, ୧୬/୦୯ : ଥାଇଲାଣ୍ଡର ଚମକିଲେ ଓଡ଼ିଆ ଝିଅ ଆୟାନୀ ଆଲିଶା ଆକାଂକ୍ଷା । ନୟାଗଡ଼ ସୁନାଲଟି ଗାଁର ଝିଅ ଆୟାନୀ । ସୁଦୂର ଥାଇଲାଣ୍ଡର ବ୍ୟାଙ୍କକଠାରେ ଆୟୋଜିତ ‘ମିସ ଟିନ୍ ସୁପର ଗ୍ଲୋବ’ ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ଓଡ଼ିଶା ପାଇଁ ସେ ଗୌରବ ଆଣିଛନ୍ତି । ନୟାଗଡ଼ ସୁନାଲଟି ଗାଁର ଗୋପାଳ ଚନ୍ଦ୍ର ଦଳେଇଙ୍କ ସାନ ଝିଅ ଆୟାନି ଆଲିଶା ଆକାଂକ୍ଷା । ବିଭିନ୍ନ ଦେଶରୁ ଶ୍ରେଷ୍ଠ ୩୦ ଜଣ ମହାଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଚଳିତ ବର୍ଷ ‘ମିସ ଏସିଆ’ ମୁକୁଟ ପିନ୍ଧି ବା ସହ ଏସିଆନ୍ ଟପ୍ସର ଅଓ୍ବାର୍ଡ ହାସଲ କରିଛନ୍ତି । ଆୟାନିଙ୍କ ବୟସ ମାତ୍ର ୧୩ ବର୍ଷ । ସେ ବର୍ତ୍ତମାନ ଖୋର୍ଦ୍ଧାରେ ରହି ନବମ ଶ୍ରେଣୀରେ ପାଠ ପଢୁଛନ୍ତି । କଠିନ ପରିଶ୍ରମ ଓ ଜିଦ୍ ଆଜି ତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସେ କହିଛନ୍ତି ।