ରାଜ୍ୟରେ ୪,୫୭୩ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରି

ଭୁବନେଶ୍ୱର, ୨୨/୦୭ : ରାଜ୍ୟରେ ୪ ହଜାର ୫୭୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ମିଳିଛି ମଞ୍ଜୁରି । ସୃଷ୍ଟି ହେବ ୨୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୮ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୨୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଗୁଡ଼ିକରେ ୪ହଜାର ୫୭୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୨୨ ହଜାର ୮୭୩ ଜଣଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବଲାଙ୍ଗିର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ସୁନ୍ଦରଗଡ଼ ଏହି ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ । ଖୋର୍ଦ୍ଧାରେ ୭୩୦ କୋଟି ଟଙ୍କା ବ୍ୟୟରେ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ସ୍ଥାପନ କରିବ ଏଚ୍‌ସିଏଲ୍ ଟେକ୍ନୋଲୋଜି ।

 

SBI AD