ଭୁବନେଶ୍ୱର, ୨୬/୦୮ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୨୪ତମ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଓଡ଼ିଶାକୁ ଇଲେକ୍ଟ୍ରୋନିକ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ ଇଲେକ୍ଟ୍ରୋନିକ କମ୍ପୋନେଣ୍ଟ ମାନୁଫାକଚୁରିଂ ନୀତି-୨୦୨୫ର ଉନ୍ମୋଚନ ହୋଇଛି । ଏହା ସହ ଉଚ୍ଚକୁଶଳୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଆମଦାନୀ ହେଉଥିବା ଯନ୍ତ୍ରାଂଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟ ରହିଛି । ନିବେଶକମାନେ ପ୍ରଥମ ୧୦ଟି ମେଗା ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ପୁଞ୍ଜି ସବସିଡି କିମ୍ବା ଟର୍ଣ୍ଣଓଭର ଲିଙ୍କ ପ୍ରୋତ୍ସାହନ ଏବଂ ଅତିରିକ୍ତ ସମତୁଲ ସବସିଡି ମଧ୍ୟରୁ ଗୋଟିକୁ ବାଛିପାରିବେ । ୫ଶହ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ଏକହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ମେଗା ପ୍ରକଳ୍ପ ଗୁଡ଼ିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଏହା ସହ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ହୋଇଛି ।
