ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ୧୦ ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର, ୧୦/୧୧ : ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି । ଖରିଫ ଧାନ ସଂଗ୍ରହ ନେଇ ପ୍ରସ୍ତାବକୁ ଅନୁମୋଦନ । ୭୮ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ କରାଯିବ । ୬୦୧ ସରକାରୀ ମହାବିଦ୍ୟାଳୟକୁ ମାଗଣା ୱାଇଫାଇ ଓ ପ୍ରତିଦିନ ୧ ଜିବି ଲେଖାଏଁ ଡାଟା ମିଳିବ । ପିଇଓଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ହୋଇଛି । ଓସିଏସ୍‌ ପରୀକ୍ଷା ପାଇଁ ପ୍ରୟାସ ସୀମା ଉଚ୍ଛେଦ ହୋଇଛି । ନିର୍ଦ୍ଧାରିତ ବୟସ ଓ ଅନ୍ୟ ଯୋଗ୍ୟତା ପୂରଣ କରୁଥିବା ଯାଏଁ ଦେଇହେବ ପରୀକ୍ଷା । ଅନ୍ୟ ଏକ ବଡ଼ ନିଷ୍ପତ୍ତି ଅନୁଯାୟୀ ପିଡିଏସ୍‌ ଚାଉଳ ବଣ୍ଟନ ଅବଧି ଆଉ ବର୍ଷେ ବୃଦ୍ଧି କରାଯାଇଛି। ସେହିପରି ପାର୍ବତୀଗିରି ଉଠାଜଳସେଚନ ସମ୍ପର୍କିତ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ଅନୁମୋଦନ । ୭ଟି ଜାଗାରେ ଜଳସେଚନ ପାଇଁ ଅନୁମୋଦନ ମିଳିଛି । ଅପର୍‌ ଇନ୍ଦ୍ରାବତୀ ପ୍ରକଳ୍ପରେ ୬ଶହ ମେଗାୱଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରହିଛି । ପମ୍ପ ଷ୍ଟୋରେଜ୍ ପ୍ରକଳ୍ପକୁ ମିଳିଛି କ୍ୟାବିନେଟ୍ ଅନୁମୋଦନ । ଓଡ଼ିଶା ବୋଭାଇନ୍ ବ୍ରିଡିଂ ବିଲ୍ ୨୦୨୬କୁ ଅନୁମୋଦନ ମିଳିଛି। ଗାଈ ମଇଁଷି ପ୍ରଜନନ କ୍ଷେତ୍ରରେ ବୈଜ୍ଞାନିକ ଉପାୟକୁ ଗୁରୁତ୍ୱ ଦିଆଯାଇଛି ।

ପିଡିଏସ୍‌ ଚାଉଳ ବଣ୍ଟନ ଅବଧିକୁ ଆଉ ବର୍ଷେ ବଢ଼ାଇଲେ ସରକାର ୩୦ ସେପ୍ଟେମ୍ବର ୨୦୨୭ ପର୍ୟ୍ୟନ୍ତ ଜନସାଧାରଣଙ୍କୁ ମିଳିବ ଅତିରିକ୍ତ ୫ କେଜି ମାଗଣା ଚାଉଳ ହିତାଧିକାରୀମାନେ ବର୍ତ୍ତମାନ ମୋଟ ୧୦ କେଜି ଚାଉଳ ପାଉଛନ୍ତି ।
କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ଯୋଗାଣ ଅବଧିକୁ ପୂର୍ବରୁ ୨୦୨୮ ମସିହା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ବାଧ୍ୟତାମୂଳକ କରାଯାଇଛି । ବେସରକାରୀ ଡିଲରଙ୍କ କାର୍ୟ୍ୟକାଳକୁ ପୁଣି ବୃଦ୍ଧି କରାଯାଇଛି । ରାଜ୍ୟରେ ୧୧ହଜାର ୭୦୬ଟି ସୁଲଭ କେନ୍ଦ୍ର ମାଧ୍ୟମରେ ବଣ୍ଟନ ବ୍ୟବସ୍ଥା ପରିଚାଳିତ ହେଉଛି । ବେସରକାରୀ ଡିଲରମାନଙ୍କ ବୈଧତା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଛି
ସେମାନଙ୍କୁ ଉଚ୍ଛେଦ କରି ଆନୁଷ୍ଠାନିକ ସଂସ୍ଥାମାନଙ୍କୁ ନିଯୁକ୍ତ କରିବାକୁ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ
ବେସରକାରୀ ଡିଲରଙ୍କୁ ଏକକାଳୀନ ଉଚ୍ଛେଦ କଲେ ସାଧାରଣ ବଣ୍ଟନ ବ୍ୟବସ୍ଥା‌ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି
ତେଣୁ କାର୍ୟ୍ୟକାଳକୁ ଆଉ ଏକ ବର୍ଷ ଅର୍ଥାତ୍‌ ୨୦୨୭ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।

ରାଜ୍ୟର ସବୁ କ‌ଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ମିଳିବ
ଏଥି ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଶିକ୍ଷାନେଟ୍‌’ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ଏ ବାବଦରେ ୩୯୩.୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ଏହା ଖର୍ଚ୍ଚ ହେବ
ଏହି ବଜେଟ୍‌କୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁମୋନ ଦେଇଛି । ୬୦୧ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ପିଲାମାନଙ୍କୁ ମାଗଣାରେ ହାଇ-ସ୍ପିଡ୍‌ ୱାଇଫାଇ ପ୍ରତି ଛାତ୍ରଛାତ୍ରୀ ଦିନକୁ ୧ ଜିବି ଡାଟା ମାଗଣାରେ ପାଇବେ
ପିଲାଙ୍କୁ ଶିକ୍ଷାଗ୍ରହଣ, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଏପରି ଯୋଜନା ହାତକୁ ନିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ୧୩୦ଟି କଲେଜରେ ଏହା ସଫଳତାର ସହ କାର୍ୟ୍ୟକାରୀ ହୋଇଛି । ଏହା ଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ ।