ଭୁବନେଶ୍ୱର, ୧୪/୦୪ : ଖୁବଶୀଘ୍ର ଘଟଗାଁ ମାଆ ତାରିଣୀଙ୍କ ମନ୍ଦିର ଓ ମନ୍ଦିର ପାରିପାର୍ଶିକ ବିକାଶ କାମ ଆରମ୍ଭ ହେବ । ଓଡ଼ିଆ ନବ ବର୍ଷରେ ଘଟଗାଁ ଗସ୍ତ କରି ମାଆ ତାରିଣୀଙ୍କୁ ଦର୍ଶନ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ୨୧୫ କୋଟିରୁ ଅଧିକ ଟଙ୍କାର ଡିପିଆର ପ୍ରସ୍ତୁତ ହୋଇଛି । ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିନ ୧୧.୩୦ରେ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ୧୨.୧୦ରେ ଘଟଗାଁ ସ୍ଥିତ ତାରିଣୀ ବିଦ୍ୟାପୀଠ ବଏଜ ହଷ୍ଟେଲ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଯାଇ କେନ୍ଦୁଝର ଆରାଧ୍ୟା ମା’ ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନନା କରିଥିଲେ । ସେଠାରେ ସାଢେ ଗୋଟାଏ ଯାଏ ରହିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ଅପରାହ୍ନ ୧.୪୫ ମିନିଟରେ ବାହାରିଥିଲେ ମୁଖ୍ୟମନ୍ତ୍ରୀ । ଦିନ ୨ଟାରେ କେନ୍ଦୁଝର ରିଜର୍ଭ ପୋଲିସ୍ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ୨.୧୫ ମିନିଟରେ ସର୍କିଟ ହାଉସ୍ ଯାଇଥିଲେ । ସେଠାରୁ ୩.୫୦ ମିନିଟରେ ବାହାରି ଅପରାହ୍ନ ୪ଟାରେ ଲାବଣ୍ୟ ଛକରେ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସେଠାରୁ ସଂଧ୍ୟା ୫ଟାରେ ସର୍କିଟ ହାଉସ ଯିବେ । ସାଢେ ୫ଟାରେ ସେଠାରୁ ବାହାରି ଭିଜର୍ଭ ପୋଲିସ୍ ଅସ୍ଥାୟୀ ହେଲିପ୍ୟାଡକୁ ଆସି ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ରହିଛି ।