ପୋଲିସ ପ୍ରଶାସନର ଅଜବନୀତି : ଉଚ୍ହ୍ରୁଙ୍ଖଳ ମହିଳା କନଷ୍ଟେବଳଙ୍କ ପ୍ରତି ଏତେ ଦରଦ କାହିଁକି !

ଭୁବନେଶ୍ୱର,୪/୬: ରାଜ୍ୟ ପୋଲିସ ପ୍ରଶାସନରେ ଅଜବନୀତି ଦେଖିବାକୁ ମିଳିଛି.ଏପରିକି ସେଥିରେ ହାତୀ ଗଳିଯାଉଛି,ହେଲେ ପିମ୍ପୁଡି ଗଳି ପାରୁନି.ପ୍ରକାଶ ଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ମିସକଣ୍ଡକ୍ଟ ଅଭିଯୋଗରେ ତିନି ଜଣ ଇନ୍ସପେକ୍ଟର,ଜଣେ ଏସଆଇ,ଜଣେ ଏଏସଆଇ,ଜଣେ ହାବିଲଦାର ଓ ଜଣେ କନଷ୍ଟେବଳଙ୍କୁ ବିଭାଗୀୟ ଉଚ୍ଚକର୍ତୃପକ୍ଷ ଚାକିରିରୁ ନିଲମ୍ବିତ କରିଛନ୍ତି.ମାତ୍ର ଅତି ଆଶ୍ଚର୍ଯ୍ୟର କଥା ଯେ, ଦୀର୍ଘଦିନ ହେଲା ମାଳମାଳ ମିସକଣ୍ଡକ୍ଟ ସହ ସଂଗୀନ ଅଭିଯୋଗ ରହି ଥିବା ଜଣେ ଅସାଧୁ ମହିଳା କନଷ୍ଟେବଳଙ୍କୁ ଉପଯୁକ୍ତ ଭାବେ ଦଣ୍ଡିତ କରିବା ପରିବର୍ତ୍ତେ ତାଙ୍କ ପ୍ରତି କୋହଳ ନୀତି ଅବଲମ୍ବନ କରି ବିଭାଗୀୟ ଉଚ୍ଚକର୍ତୃପକ୍ଷ କାହିଁକି ତାଙ୍କୁ ଘଣ୍ଟଘୋଡାଇ ଦରଦ ଦେଖାଇ ଚାଲିଛନ୍ତି,ସେନେଇ ସାଧାରଣରେ ରାଜ୍ୟ ପୋଲିସ ପ୍ରଶାସନର ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ଘୋର ସନ୍ଦେହ ସୃଷ୍ଟିହେବା ସହ ଅଙ୍ଗୁଳି ନିର୍ଦେଶ ହୋଇଛି | ହେଲେ ଭୁବନେଶ୍ୱର ଜିଆରପିରେ କାର‌୍ୟ୍ୟରତ ମହିଳା କନଷ୍ଟେବଳ ସନ୍ଧ୍ୟାରାଣୀ ବେହେରା.ତାଙ୍କ ଚାକିରୀ କାଳ ମଧ୍ୟରେ ତାଙ୍କ ବିରୋଧରେ ଗତ ୨୦୦୬ ରୁ ରହିଛି ମାଳମାଳ ସଂଗୀନ ଅଭିଯୋଗ.ଏହି କାରଣରୁ ବିଭିର୍ନ ସ୍ଥାନରୁ ତାଙ୍କର ବାରମ୍ବାର ବଦଳି ହେବା ସହ ଏଯାଏ ୩୦ରୁ ଅଧିକ ଥର ପୋଷ୍ଟିଙ୍ଗ ମଧ୍ୟ ହୋଇଛି.୨୦୧୫ ରେ ସେ କଟକ ଓ ଭଦ୍ରକ ରେ କାର୍ଯ୍ୟ କରୁଥିବାବେଳେ ତତ୍କାଳୀନ ଦୁଇ ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ |ତାହା ପରେ ତଦନ୍ତରୁ ମିଥ୍ୟାବୋଲି ମଧ୍ୟ ପ୍ରମାଣିତ ହୋଇଛି |

ଏହାଛଡା ଅତୀତରେ କେତେକ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ସମେତ ଅନେକବ୍ୟକ୍ତି ବିଶେଷଙ୍କୁ ସେ ଦୁର୍ବ୍ୟବହାର ଓ ହଇରାଣହରକତ କରିଥିବା ସହ ବେଆଇନଭାବେ ଲାଞ୍ଚନେବା ଅଭିଯୋଗ ନେଇ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ଡିପାର୍ଟମେନଟାଲ ପ୍ରୋସିଡ଼ିଙ୍ଗ ଚାଲିଛି | ପୁଣି ନିକଟରେ ଭୁବନେଶ୍ୱର ଜିଆରପି ଓ ଲକ୍ଷ୍ମୀସାଗର ଥାନାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ପୋଲିସ କେସର ତଦନ୍ତ ମଧ୍ୟ ଚାଲିଛି |ଏ ସମ୍ପର୍କରେ ରେଳବାଇ ଏସପି,ବିଭାଗୀୟ ଏଡିଜି,ଏଡିଜି ହେଡକ୍ୱାର୍ଟର,ଏଡିଜି କ୍ରାଇମ,ଆଇଜି ପର୍ଶନେଲ ଓ ଡିଜିପିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କ୍ରମାଗତ ଭାବେ ଲିଖିତ ଅଭିଯୋଗ ହେବା ସ୍ଵତ୍ୱେ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି.ମାତ୍ର ବିଭାଗୀୟ ତଦନ୍ତ ଆଳରେ ତାଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡ ବିଧାନ କରିବା ଦିଗରେ ବିଭାଗୀୟ କର୍ତୃପକ୍ଷ କାଳକ୍ଷେପଣ ନୀତି ଚଳାଇଛନ୍ତି | ତେବେ ଯେଉଁ ନ୍ୟାୟରେ ତତ୍କାଳୀନ ବଡ଼ଚଣା ଥାନା ଇନ୍ସପେକ୍ଟର ଦୀପକ ଜେନା,ପାଟଣା ଥାନା ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା,ନନ୍ଦନକାନନ ଥାନା ଇନ୍ସପେକ୍ଟର ପରମାନନ୍ଦ ନାଏକ,କ୍ୟାପିଟାଲ ଥାନା ଏସଆଇ ରାକେଶ ସାମଲ,ଗୋପଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡିଅଧିକାରୀ ତଥା ଏଏସଆଇ ସନ୍ତୋଷ କୁମାର ବେହେରା,ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ହାବିଲଦାର କନଷ୍ଟେବଳ ସଂଘର ସମ୍ପାଦକ ପ୍ରଶନ୍ନ ବେହେରା ଓ ଭଦ୍ରକ ବନ୍ତ ଥାନାର ଜଣେ କନଷ୍ଟେବଳଙ୍କୁ କିଛିଦିନ ତଳେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଚାକିରିରୁ ଅବିଳମ୍ବେ ନିଲମ୍ବିତ କଲେ ସେହି ନ୍ୟାୟରେ ସମ୍ପୃକ୍ତ ବିଭାଗର ଏହି ଅସାଧୁ ଓ ଉଚ୍ହୃଙ୍ଖଳ ମହିଳା କନଷ୍ଟେବଳ ସନ୍ଧ୍ୟାରାଣୀ ବେହେରାଙ୍କ ବିରୋଧରେ ଅନୁରୂପ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷେତ୍ରରେ ବିଭାଗୀୟ କର୍ତୃପକ୍ଷ କାହିଁକି ନିଦାବିଷ୍ଣୁ ସାଜିଛନ୍ତି ତାହା ସାଧାରଣରେ ବେଶ ସମାଲୋଚନାର ପ୍ରସଙ୍ଗ ହୋଇଛି |

ତେବେ ଏହିକ୍ରମରେ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ଲୋଡିବାରେ ସେ ପୂର୍ବରୁ ଅଭିଯୁକ୍ତ କନଷ୍ଟେବଳଙ୍କୁ କରାଯାଇଥିବା ବଦଳି ଉପରେ ଲଗାଯାଇଥିବା କେପଟଇଟ ଆବେୟାନ୍ସ ଆଦେଶକୁ ପରିହାର ସହ ଶୀଘ୍ର ତତ୍କାଳୀନ ବଦଳି ଆଦେଶକୁ କାର୍ଯ୍ୟକାରୀ କରି ୭ ଦିନ ଭିତରେ ତଦନ୍ତ ସାରି ବିହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣନିମନ୍ତେ ନିର୍ଦେଶ ଦେଇଛି ବୋଲି କହିଥିଲେ| ସେହିପରି ଆଇଜି ପର୍ଶନେଲ ପ୍ରବୀଣ କୁମାରଙ୍କୁ ଏନେଇ ପଚାରିବାରେ ତାଙ୍କ ନାମରେ କଣ ସବୁ ଅଭିଯୋଗ ରହିଛି ଦେଖି ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବାବେଳେ ରେଳବାଇ ଏସପି ଅଶୋକ କୁମାର ବିଶ୍ୱାଳଙ୍କୁ ଏନେଇ ପଚାରିବାରେ ଏବାବଦରେ ଆଲୋଚନା ହୋଇଛି, ତାଙ୍କ ବିରୋଧରେ ଯଥାଶୀଘ୍ର ତଦନ୍ତ ସାରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ | ତେବେ ଏଥିରୁ ସରକାରଙ୍କ ମୋସରକାର ଓ ଫାଇଭଟି ସଂସ୍କାର ରାଜ୍ୟ ପୋଲିସ ପ୍ରଶାସନରେ କିଭଳି ସ୍ୱଚ୍ଛତାର ସହ କାର୍ଯ୍ୟ କରୁଛି ତାହା ଏଥିରୁ ବେଶ ଜଳଜଳ ହୋଇ ବାରିହେଉଛି ବୋଲି ବୁଦ୍ଧିଜିବି ମାନେ ମତପୋଷଣ କରିଛନ୍ତି |