ଭୁବନେଶ୍ୱର, ୧୮/୧୧ : ରାଜଧାନୀ ଭୁବନେଶ୍ବରରେ କୁକୁର ଖାଉଛି ମଣିଷ ମାଂସ । ବିଲ ମଝିରେ ପଡ଼ିଥିବା ଏକ ମୃତଦେହକୁ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଥିଲା । ] ଘଟଣା ଚନ୍ଦକା ଥାନା ଅନ୍ତର୍ଗତ ଘଙ୍ଗାପାଟଣା ପାଇକରାପୁର ଅଞ୍ଚଳରେ ଘଟିଛି । ବିଲ ମଝିରେ ଏକ ମୃତଦେହ ପଡ଼ିଥିବା ଆଜି ଦେଖିବାକୁ ମିଳିଥିଲା । ତେବେ ବିଚଳିତ କରିବା ଭଳି ଘଟଣାଟି ହେଲା କୁକୁର ଉକ୍ତ ମୃତଦେହରୁ ମାଂସ ଝୁଣି ଖାଉଥିଲା । ମୃତକଙ୍କ ପରିଚୟ ମିଳି ନଥିଲେ ବି ଜଣେ ପୁରୁଷ ଲୋକ ବୋଲି ଜଣାପଡ଼ିଛି । ଖବର ପାଇ ଚନ୍ଦକା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ।