ସେନା ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ : ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ, ୦୨/୦୮ : କୁଲଗାମ ଜିଲାର ଅଖଲ ଅଞ୍ଚଳରେ ସୁରକ୍ଷାବହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ଫଳରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅପରେସନ ଅଖଲ ଜାରି ରହିଛି । ଏସଓଜି ଜମ୍ମୁ-କଶ୍ମୀର ପୋଲିସ, ସେନା ଏବଂ ସିଆରପିଏଫ୍ ମିଳିତ ଭାବରେ ଏହି ଅପରେସନ କରୁଛନ୍ତି ।

ଭାରତୀୟ ସେନା ‘ଅପରେସନ୍ ଅଖଲ’ ଅଧୀନରେ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ମିଳିତ ଅପରେସନରେ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ୍ ଅପରେସନ ଗ୍ରୁପ୍, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ସାମିଲ ଅଛନ୍ତି ।

ସୂଚନା ଅନୁଯାୟୀ, ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପରେ, ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆଉ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସେନା ସେହି ଅଞ୍ଚଳରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ୍ କରିଥିଲା । ଭୋର ୪ଟା ସମୟରେ ପାଖାପାଖି ୨୦ ମିନିଟ ଯାଏଁ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାବଳ ଘେରାବନ୍ଦୀ କରି ସନ୍ଧାନ ଜାରି ରଖିଛି ।