ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡ଼ା ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନି ବୋଲି ବିଜେଡି ଅଭିଯୋଗ କରିଛି । କେନ୍ଦ୍ରାପଡ଼ାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ବିଜେଡି ଦାବି କରିଛି ।
ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ୨୦୨୦ ମସିହା ସେପ୍ଟେମ୍ବର ୨୩ ତାରିଖରୁ ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ରେଳ ପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି । ନିୟମିତ ୨୦ଟି ମାଲବାହୀ ଟ୍ରେନ ଚାଳଚଳ କରୁଛି । ଯାତ୍ରୀବାହୀ ଟ୍ରେନ ଚାଳଚଳ ପାଇଁ ପରୀକ୍ଷାମୂଳକ ଚଳାଚଳ ଶେଷ ହୋଇଥିଲେ ବି ଚାଲି ପାରୁନି ।
