ପୁଣି ଚର୍ଚ୍ଚାରେ ପାଟଣାଗଡ ବିଧାୟକ: ଜାଣନ୍ତୁ କାହିଁକି ?

0

ପାଟଣାଗଡ: ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ଲାଭ ପରେ ଦଳର ନେତା ଏବଂ କର୍ମୀ ମାନେ ଉତଫୁଲ୍ଲିତ ହୋଇଛନ୍ତି ଏବଂ ହେବାବି ସ୍ୱାଭାବିକ । ପ୍ରଦୀପ ପୁରୋହିତଙ୍କ ଜୋରଦାର ଲୋକପ୍ରିୟତା ଥିବା ସତ୍ୱେ ନୂତନ ଭାବରେ ରାଜନୀତିରେ ପାଦ ଦେଇଥିବା ବର୍ଷାରାଣୀ ସିଂ ବରିହାଙ୍କୁ ବିଜୁ ଜନତା ଦଳ ଟିକେଟ ଦେଇଥିଲା ଏବଂ ଦଳର ପ୍ରାୟ ୬୦ ରୁ ଊଦ୍ଧ୍ୱର୍ ମନ୍ତ୍ରୀ ବିଧାୟକ ଦଳବଳ ସହ ପଦ୍ମପୁରରେ ଡେରା ପକାଇ ବିଜେଡିକୁ ବହୁ ଭୋଟରେ ଜିତାଇବାରେ ସକ୍ଷମ ହୋଇଥିଲେ ।

ନିର୍ବାଚନ ସରିଲା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ତଥା ପଦ୍ମପୁର ଦାୟୀତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନଙ୍କୁ ନବୀନ ନିବାସ ଡାକି ମିଶନ ୨୦୨୪ ପାଇଁ କଣ ଷ୍ଟ୍ରାଟେଜି କରାଯିବ ଏବଂ କେମିତି ପୁଣି ୨୦୨୪ ରେ ନିର୍ବାଚନ ଜିତି ପୁଣି ସରକାର ଗଢିବ ତା’ଉପରେ ଗୁରୁମନ୍ତ୍ର ଦେଇଥିଲେ । ସେଠାରୁ ଆସୁ ଆସୁ ପାଟଣାଗଡ ବିଧାୟକ ସରୋଜ ମେହେର ଗୁରୁଙ୍କ ଆଦେଶକୁ ଅକ୍ଷର ଅକ୍ଷରେ ପାଳନ କରିଥିଲେ ଏବଂ ତୁରନ୍ତ ପାଟଣାଗଡ ନିର୍ବାଚନ ମଣ୍ଡଳୀର କର୍ମୀମାନଙ୍କୁ ନେଇ ହରିଶଙ୍କର ଠାରେ ଏକ ଭୋଜି ଭାତର ଆୟୋଜନ କରିଥିଲେ । ବହୁ ସମୟରେ ଦେଖାଯାଏ ଦଳୀୟ ନେତାମାନେ ନିଜ ନିଜ ମଧ୍ୟରେ ଟିକେଟ ପାଇଁ ଗଣ୍ଡଗୋଳ ହୋଇଥାଏ କିନ୍ତୁ ପ୍ରଥମ କରି ଏଠାରେ ମାଂସ ଭାଗବଣ୍ଟାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଧାୟକ ସରୋଜ ମେହେର ନିର୍ବାଚନ ଜିତିଲା ଦିନଠାରୁ ସବୁବେଳେ କିଛି ନା କିଛି ବିବାଦୀୟ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି । ଯେପରି ଆଦିବାସୀ ଯନ୍ତ୍ରୀଙ୍କୁ ଉଠବସ୍ କରି ଜେଲ ଯିବା, କରୋନା ସମୟରେ ଯେତେବେଳେ ଲୋକେ ହନ୍ତସନ୍ତ ହେଉଥିଲେ ବିଧାୟକ ଠିକା ପାଇଁ ଆଇସୋଲେସନ ୱାର୍ଡ ଭାଙ୍ଗିବା ଘଟଣା, ସ୍ୱାୟତ୍ତ ଶାସନ ଦିବସରେ ନିଜ ଦଳୀୟ କାଉନସିଲରମାନଙ୍କୁ ଏନଏସି ବୈଠକକୁ ବୈକଠ କରିବା ଘଟଣା, ଏମିତି ଅନେକ ଘଟଣା ପରେ ଗତକାଲି ପାଟଣାଗଡ ବିଜେଡି ଦଳର ମାଂସ ଲଢେଇ ଘଟଣାକୁ ନେଇ ସହର ସାରା ଏକ ଭିନ୍ନ ଚର୍ଚ୍ଚା ପାଲଟିଛି ।

SBI AD
Leave A Reply

Your email address will not be published.